ହେଡଲାଇନସ୍:

ଉପଜିଲ୍ଲାପାଳଙ୍କର ପ୍ରତିଶ୍ରୁତିକୁ ଭରସା କଲେ ଚାଷୀ : ଆନ୍ଦୋଳନ ସ୍ଥଗିତ ରଖିଲେ ଚାଷୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧାରଣା ରୁ ଉଠିଲେ ରାସ୍ତା ଖାଲି କଲେ 

ବରଗଡ :- ଗତ ପାଞ୍ଚଦିନ ଧରି ପଦ୍ମପୁର ବସନା ରାସ୍ତାକୁ ଲଖମରା ଠାରେ 308 ଜଣ ଚାଷୀ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଚାଷୀଙ୍କର ମୁଖ୍ୟ ସମସ୍ୟା ଥିଲା ଲଖମରା ପେକ୍ସ ଅନ୍ତର୍ଗତ ଏହି ସମସ୍ତ ଚାଷୀ ଠିକଣା ସମୟରେ ତାଙ୍କର ସମସ୍ତ କାଗଜ ପତ୍ର ଜମା କରିଥିଲେ ସୁଧ୍ଯା ପ୍ରଶାସନିକ ଅବହେଳା ହେତୁ ସେମାନେ ଧାନ ବିକିବା ପାଇଁ ଟୋକନ ପାଇ ପାରିନଥିଲେ । ଯାହା ଫଳରେ ସେମାନେ ଧାନ ବିକ୍ରି କରି ପାରି ନଥିଲେ । ଏପଟେ ଧାନ ବିକ୍ରି ପାଇଁ ରହିଥିବା ସମୟ ସୀମା ସରି ଆସୁଥିବାରୁ ଅଂଚଳର ସମସ୍ତ ଚାଷୀ ବାଧ୍ୟ ହେଇ ରାସ୍ତାକୁ ଓଲ୍ହାଇଥିଲେ । ବିଗତ ଦିନ ଗୁଡିକ ରେ ବାରମ୍ବାର ଆଲୋଚନା ବିଫଳ ହେଇଥିଲା । ଗତ କାଲି ରାତିରେ ପଦ୍ମପୁର  ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ  ପୁଣିଥରେ ଆନ୍ଦୋଳନ ରତ ଚାଷୀ ମାନଙ୍କର ନିକଟକୁ ପହଂଛି ଚାଷି ଙ୍କର ସମସ୍ୟା ବାବଦରେ ବିସ୍ତୃତ ଆଲୋଚନା କରିବା ସହିତ ଚାଷି ମାନଙ୍କର ଦାବି ସରକାର ନିଶ୍ଚିତ ଭାବରେ ପୁରଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରତ ଚାଷୀ ଉପଜିଲ୍ଲାପାଳ ଙ୍କର କଥା ଉପରେ ବିଶ୍ୱାସ କରି ରାସ୍ତା ଅବରୋଧ ଆନ୍ଦୋଳନ ରୁ ଓହରି ଯାଇଥିଲେ । " ଚାଷୀ ଭାଇ ମାନେ ମୋର କଥାକୁ ବିଶ୍ୱାସ କରି ଆନ୍ଦୋଳନ କୁ ସ୍ଥଗିତ ରଖିଥିବାରୁ ମୁ ଚାଷୀ ଭାଇ ମାନଙ୍କୁ ଧନ୍ୟବାଦ ଜଣାଉଛି । ଚାଷୀ ଭାଇ ମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ମୁଁ ଅପ୍ରାଣ ଉଦ୍ୟମ କରିବି" ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ |

0
0
0
s2sdefault