ହେଡଲାଇନସ୍:

ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାନାୟକଙ୍କ ଜୟନ୍ତୀ ପାଳନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ଇଂଲିଶ ସ୍କୁଲରେ ମହାନାୟକ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ସୁଜିତ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ମହାନାୟକଙ୍କୁ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଠାକୁର ଦୁଇ ମହାନାୟକଙ୍କ ତ୍ୟାଗ ଓ ତିତିକ୍ଷାର ଅବତାରଣା କରିବା ସହ ସେମାନଙ୍କ ଆଦର୍ଶକୁ ପାଥେୟ କରି ଚାଲିବାକୁ ପରାମର୍ଶ ଦେଇଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରକାଶ ସାହୁ ଓ ପ୍ରବୀଣ  ଦେବତା ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ମହାନାୟକ ଦ୍ୱୟଙ୍କ ଆତ୍ମ ଜୀବନି ଓ ବୀରତ୍ୱ ଗାଥା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସଂଘମିତ୍ରା ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ ।

 

0
0
0
s2sdefault