ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ମେଲଛାମୁଣ୍ଡା ଓ ବିର୍ଜାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ଖେଳ ସରିଛି  । ତୃତୀୟ ଦିବସରେ ପ୍ରଶାନ୍ତ ଦେବତା ଏବଂ ଦିନମଣି ଗଡତିଆ ସମ୍ମାନୀତ ଅତିଥି  ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ତୃତୀୟ ଦିନରେ ୪ଗୋଟି ମ୍ୟାଚ ଅନୁଷ୍ଠିତ ହୋଇ ଘରୋଇ ମେଲଛାମୁଣ୍ଡା ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ ଦିପ୍ତିପୁର ଓ ମେଲଛାମୁଣ୍ଡା ମଧ୍ୟରେ ଅନୁଷ୍ଠିତ  ହୋଇଥିଲା |  ମେଲଛାମୁଣ୍ଡା ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ କୁଣ୍ଡାଖାଇ ଓ ଘୁମୁନିପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଘୁମୁନିପାଲି ଦଳ ବିଜୟୀ ହୋଇଥିଲେ ।

ତୃତୀୟ ମ୍ୟାଚ ବିର୍ଜାମ ଓ ଦୁବୁଲାବାହାଲ ମଧ୍ୟରେ  ହୋଇଥିବା ବେଳେ  ବିର୍ଜାମ ଦଳ ବିଜୟୀ ହୋଇଥିଲେ । ସେହିପରି ୨ୟ ଓ ୩ୟ ବିଜୟୀ ଦଳ ବିର୍ଜାମ ଓ ଘୁମୁନିପାଲି ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇ ବିର୍ଜାମ ଦଳ ମଧ୍ୟ ସେମଫାଇନାଲକୁ ପ୍ରବେଶ କରିଛି । ମ୍ୟାଚ ଗୁଡିକୁ ଦିଲିପ ଭୋଇ ଓ ସୁନିଲ ଜୈନ ପରିଚାଳନା କରିଥିବା ବେଳେ ମ୍ୟାଚ ଗୁଡିକର ଧାରାବିବରଣୀ କିଶୋର ବଗାର ଓ ପିଙ୍କୁ ମହାନନ୍ଦ ପ୍ରଦାନ କରିଥିଲେ । ଗୁଡୁ ଦେବତା କାର୍ଯ୍ୟକ୍ରମ ସବୁକୁ ସ୍ୱତନ୍ତ୍ର ଭାବେ ପରିଚାଳନା କରୁଥିଲେ । ଶୁକ୍ରବାରର  ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ମେଲଛାମୁଣ୍ଡା ଦଳର ଖେଳାଲି ଅମନ ଭୋଇ ପୁରସ୍କୃତ ହୋଇଥିଲେ । ଅଂଚଳର ହଜାର ସଂଖ୍ୟାରେ କ୍ରିକେଟ ପ୍ରେମି ମ୍ୟାଚ ଗୁଡିକୁ ଉପଭୋଗ କରିଥିଲେ ।

0
0
0
s2sdefault