ହେଡଲାଇନସ୍:

ଜିଲା କାର୍ଯ୍ୟାଳୟରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

08-03-18-jajpur.jpg - 1.54 MB

ଯାଜପୁରରୁ ଜୟଶଙ୍କର ଦାସ :  ସାଧାରଣ ମଣିଷ ହେଉ ବା କର୍ମଚାରୀ ହେଉ ସ୍ୱାସ୍ଥ୍ୟ ଠିକ୍ ନରହିଲେ କାମ କରିବାରେ ଉତ୍ସାହ  ରହେନାହିଁ । ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ନିଦାନ ଓ ପ୍ରତିକାର ନିହାତି ଜରୁରୀ । କର୍ମଚାରୀଙ୍କୁ ସୁସ୍ଥ ରଖିବା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଫଳପ୍ରଦ ହେବ ବୋଲି ଜିଲାପାଳ ରଂଜନ କୁମାର ଦାସ ଆଶା ପ୍ରକଟ କରିଛନ୍ତି । ଶନିବାର ପୁର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ ସହଯୋଗରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ  ହୋଇଥିଲା । ଏହାକୁ ଉଦ୍ଘାଟନ କରି ଜିଲାପାଳ ଶ୍ରୀ ଦାସ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କହିଲେ ହେବ ନାହିଁ ବରଂ ତାହାର ବାସ୍ତବିକ୍ ଅର୍ଥକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଠିକ୍ ରଖି ପ୍ରତିପାଦିତ କରିବାକୁ ପଡ଼ିବ । ଅସୁସ୍ଥ ବ୍ୟକ୍ତିଟି ଅଯଥାରେ ଖର୍ଚାନ୍ତ ହୋଇ ଅର୍ଥହାନିରେ ପଡ଼ିଥାଏ । ସ୍ୱାସ୍ଥ୍ୟ ସଚେତନ ହେଲେ ସେହି ଅର୍ଥର ଅଯଥା ବିନିଯୋଗ ନହୋଇ ବରଂ ତାହା ସମ୍ପଦରେ ପରିଣତ ହୁଏ । କର୍ମଚାରୀଙ୍କର ସୁସ୍ଥ ଶରୀର ପ୍ରଶାସନକୁ ଅଧିକ ଚଳଚଂଚଳ ଓ କର୍ମପ୍ରବଣ କରିବ ବୋଲି ସେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜ ଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ ଓ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରୀଆ, ଜିଲା ପଂଚାୟତ ଅଧିକାରୀ ଅଶୋକ ସେଠୀ, ସହକାରୀ ଜିଲାପାଳ ଟିଲୋତ୍ତମ ପୃଷ୍ଟି , ସଂଜୟ ଆଚାର୍ଯ୍ୟ, ଅନୂପ ବେହେରା, କୂଳମଣୀ ନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସମାଜ କଲ୍ୟାଣ ଅଧିକାରୀ ଅମୀତା ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଟାଟା ଷ୍ଟିଲ ମେଡ଼ିକାଲ  ହସପିଟାଲର ଡ଼ାକ୍ତର ସନ୍ଦିପ କୁମାର ମିଶ୍ର, ଡ଼ ଏସ୍.ଏସ୍ ସୂତାର, ଡ଼ା ସନ୍ତୋଷ କୁମାର ଟେଟେ, ଡ଼ା ଲଳିତେନ୍ଦୁ ଜେନା, ଡ଼ା ଆଦ୍ୟା ଅନିନ୍ଦିତା, ଡ଼ା ପ୍ରଦୀପ ଖୁଂଟିଆ, ନନ୍ଦନ ପାଉଲ, ଜ୍ୟୋତିରଞ୍ଜନ କର, ଲୋପାମୁଦ୍ରା ସାହୁ, ସୈାଭାଗ୍ୟଲକ୍ଷ୍ମୀ ସେନାପତି, ନିବେଦିତା ଦାସ, ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ୍ କମିଟିର ସଭାପତି ଶୈଳଜା ପଣ୍ଡା, କାର୍ଯ୍ୟାଳୟ ଅଧିକ୍ଷକ ନକୁଳ ମଲିକ, ଦେବେନ୍ଦ୍ର କର, ସୁଦର୍ଶନ ମିଶ୍ର, ଅଲେଖ ମହାରଣା, ଅରୁଣ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିିବିରରେ ୪ଶହରୁ ଉଦ୍ଧ୍ୱର୍ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

0
0
0
s2sdefault