ହେଡଲାଇନସ୍:

ଜେ.କେ. କାଗଜ କଳ ପକ୍ଷରୁ ଆନ୍ତଃ ସ୍କୁଲସ୍ତରୀୟ କୁଇଜ ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) ଜେ.କେ. କାଗଜ କଳର ସାମାଜିକ ଦାୟିତ୍ୱ  ବିଭାଗ ଅନ୍ତର୍ଗତ ୧୭ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୧୦ ଗୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଏକ କୁଇଜ ଜାଣିବି ଓ ଜିତିବି ବିଷୟ ରଖି ପ୍ରତିଯୋଗିତା ତା. ୨୩.୦୧.୨୦୨୦ ଓ ତା. ୨୪.୦୧.୨୦୨୦ ରିଖରେ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲସ୍ତରରୁ ଚୟନ କରାଯାଇଥିବା ୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଜୁନିଅର ଓ ସିନିଅର ଦୁଇଟି ବିଭାଗରେ ଉକ୍ତ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଜୁନିଅର ବିଭାଗ (୬ଷ୍ଠ ରୁ ସପ୍ତମ) ଶ୍ରେଣୀରେ ଜଗଦମ୍ବା ହାଇସ୍କୁଲ , କୋଲନରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେବାଶ୍ରମ ସ୍କୁଲ, ଅଣ୍ଟାମଡା ଦ୍ୱତୀୟ, ଅପଗ୍ରେଡେଡ ସରକାରୀ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିଭଳି ସିନିଅର ବିଭାଗ (ଅଷ୍ଟମ ଓ ନବମ) ଶ୍ରେଣୀରେ ଜଗଦମ୍ବା ହାଇସ୍କୁଲ, କୋଲନରା ପ୍ରଥମ ହୋଇଥିବା ବେଳେ ସରକାରୀ ବାଳିକା ବିଦ୍ୟାଳୟ (ଏସଏସଡି), ମାଲିଗାଁ ଦ୍ୱତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି), ରିଭଲକଣା ତୃତୀୟ ସ୍ଥାନ ଅଧିକାର କରିଥିଲା । ଏହି କାର୍ଯ୍ୟକ୍ରମକୁ ଜେ.କେ. କାଗଜ କଳର ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ ଉଦଘାଟନ କରିଥିବା ବେଳେ ହରିହର ଖମାରୀ ଓ ମିଲନ ଲେଙ୍କା କୁଇଜ ମାଷ୍ଟର ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କୃତି ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ୭୧ ତମ ସାଧାରଣତନ୍ତ୍ର ଦିବସରେ ଜେ. କେ. କାଗଜ କଳ ପରିସରରେ କାର୍ଯ୍ୟନିର୍ବାହୀ  ଉପ-ସଭାପତି (କାର୍ମିକ) ବିନୟ ଦ୍ୱିବେଦୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି ।  

 

0
0
0
s2sdefault