ହେଡଲାଇନସ୍:

"ରାମ ଚରିତ ମାନସ ଶ୍ରବଣରେ ବୈକୁଣ୍ଠ ପ୍ରାପ୍ତି ହୁଏ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁଧିଷ୍ଠିରପୁରରେ ସୁନ୍ଦରାକାଣ୍ଡ ପାରାୟଣ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଯୁଧିଷ୍ଠିରପୁର (ପାଇଁପୁର) ଗ୍ରାମରେ ପ୍ରତ୍ୟେକ ବର୍ଷ ଭଲି ଆଜି ବି  ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ଆଧ୍ୟାତ୍ମିକ  ପରିବେଶରେ ନାମଯଜ୍ଞ ସହ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରି ସୁନ୍ଦରାକାଣ୍ଡ ପାରାୟଣ ଆରମ୍ଭ ହୋଇଥିଲା । ଏହି ଆଧ୍ୟାତ୍ମିକ ପରିବେଶରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ।ଏଥିରେ ତ୍ରିବିକ୍ରମ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ  ବ୍ୟାସ ରମେଶ ଚନ୍ଦ୍ର ପଣ୍ଡା ଓ ପୂଜକ ସୁଶାନ୍ତ କୁମାର ପୁରୋହିତ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା । ହିମାଂଶୁ ପଧାନ, ମନ ପଧାନ, ପ୍ରଦୀପ ପଧାନ, ଆନନ୍ଦ ପଧାନ, ପ୍ରଭଞ୍ଜନ ପଧାନ, ନାରାୟଣ ପଧାନ ସହଯୋଗ କରିଥିବା ବେଳେ   ଗ୍ରାମବାସୀଙ୍କ ସାହାଯ୍ୟରେ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଥିଲା ।

0
0
0
s2sdefault