ଅରୁଣଙ୍କ ମନ୍ତବ୍ୟକୁ ମନ୍ତ୍ରୀ ସୁଶାନ୍ତଙ୍କ ସମର୍ଥନ : କଲେଜ ପରିଚାଳନା କମିଟିରେ ବିଧାୟକଙ୍କୁ ସଭାପତି ନରଖିବା ପ୍ରସ୍ତାବ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସଭାପତି ରଖା ନ ଯାଉ, ହେଲେ କମିଟିରେ ଆଡ଼ଭାଇଜର ଭାବେ ରଖାଯାଉ : ସୁଶାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) କଲେଜ ପରିଚାଳନା କମିଟିରେ ରାଜନୈତିକ ବ୍ୟକ୍ତି ରହିବେ ନାହିଁ ବୋଲି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଦେଇଥିବା ମନ୍ତବ୍ୟରେ ସାମାନ୍ୟ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ତାଙ୍କ କ୍ୟାବିନେଟ ସହଯୋଗୀ ତଥା ଗ୍ରାମ୍ୟ ଉନ୍ନୟନ ଶ୍ରମ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ | ବିଧାୟକ ସଭାପତି ନରହିବା ନିଷ୍ପତ୍ତି ଠିକ, ତାକୁ ମୋର ସମର୍ଥନ ରହିଛି |  ହେଲେ ପରିଚାଳନା କମିଟିରେ ବିଧାୟକଙ୍କୁ  ଆଡ଼ଭାଇଜର ଭବେ ରଖାଯାଉ | ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି |

 ସୂଚନାଯୋଗ୍ୟ ଯେ ଗତକାଲି ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଇଣ୍ଟରଫେସରେ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କହିଥିଲେ ଯେ କଲେଜ ପରିଚାଳନାରେ ନିର୍ବାଚିତ ପ୍ରତିନିଧି ଅଧ୍ୟକ୍ଷ ରହିବେନି |  ଏହି ନିଷ୍ପତ୍ତି ଆପାତତଃ ନିଆଯାଇଛି । ଏ ବିଷୟରେ କ୍ୟାବିନେଟ ନିଷ୍ପତ୍ତିକୁ ଅପେକ୍ଷା | କିଏ ରହିବେ କ୍ୟାବିନେଟରେ ନିଷ୍ପତ୍ତି ନେବେ । କ୍ୟାବିନେଟ ନିଷ୍ପତ୍ତି ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ  ମନ୍ତ୍ରୀ ଡ଼ ସାହୁ |

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ପରିଚିତ ମନ୍ତ୍ରୀ ଶ୍ରୀ ସିଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ସାହୁଙ୍କ ଉପରୋକ୍ତ ବକ୍ତବ୍ୟ ଉପରେ ମତ ଦେଇ କହିଛନ୍ତି ଯେ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ ରଖାଯିବ ନାହିଁ ବୋଲି ମନ୍ତ୍ରୀ ଯାହା କହିଛନ୍ତି ତାହା ସ୍ୱାଗତଯୋଗ୍ୟ | ବିଧାୟକ ମାନେ ସମୟ ଦେଇ ପାରୁନଥିବା ଯୋଗୁ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ବୈଠକ ବସି ପାରୁନାହିଁ | ଦେଖନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଥିବା ସାତଟା କଲେଜର ପରିଚାଳନା କମିଟି ସଭାପତି | ଆମେ ସଭାପତି ଥିବାରୁ ଆମମାନଙ୍କ ବ୍ୟସ୍ତତା ଓ ଅନୁପସ୍ଥିତି କାରଣରୁ ବୈଠକ ହୋଇପାରୁନି |ତେଣୁ ବିଧାୟକ ମାନଙ୍କୁ ସଭାପତି ରଖ ନଯାଉ | ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା କଲେଜରେ ସେମାନଙ୍କୁ ଆଡଭାଇଜର ଭାବେ ରଖାଯାଉ | ଫଳରେ ବିଧାୟକଙ୍କ ଅନୁପସ୍ଥିତି ପାଇଁ ବୈଠକ ବନ୍ଦ ହେବନି | ଆଉ  ନିଜ ନିର୍ବାଚନ ମଣ୍ଡଳୀରେ ଥିବା କଲେଜ ଗୁଡିକରେ ସଦସ୍ୟ ରହିଲେ ସୁବିଧା ଅସୁବିଧା ବିଷୟରେ ଜାଣିପାରିବେ  ପଦକ୍ଷେପ ବି ନେଇପାରିବେ | ବିଧାୟକ ବା ବିଧାୟକ ତାଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ସମସ୍ୟା ଜାଣି ସରକାରଙ୍କ ପାଖରେ ବା ପ୍ରଶାସନ ପାଖରେ ତାକୁ ଉପସ୍ଥାପିତ କରି ସମାଧାନ କରିପାରିବେ , ଯାହାକି କଲେଜ ପାଇଁ ହିତ ସାଧିତ ହେବ | ଏ ବିଷୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ  " ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି |  

 

0
0
0
s2sdefault