ହେଡଲାଇନସ୍:

ଗ୍ୟାସ ଭିତିଭୂମିର ଦ୍ରୁତ ପ୍ରସ୍ତୁତିରେ ସହଯୋଗ କରନ୍ତୁ ରାଜ୍ୟ ସରକାର - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରାକୃତିକ ଗ୍ୟାସ ସମ୍ମିଳନୀ ୨୦୨୦ରେ କେନ୍ଦ୍ରମନ୍ତ୍ରୀ 

 ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ

 କଚ୍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି

 ପ୍ରଥମ ଥର ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଂଚଳରେ ଗ୍ୟାସ ପାଇପଲାଇନ କାର୍ଯ୍ୟରେ ୧୦ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରୁଛନ୍ତି

 ୨୦୩୦ ସୁଦ୍ଧା ଉର୍ଜା କ୍ଷେତ୍ରରେ ଗ୍ୟାସର ଭାଗ ୧୫ ପ୍ରତିଶତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଗ୍ୟାସ ଭିତିଭୂମିର ପ୍ରକଳ୍ପ ଏବଂ କାର୍ଯ୍ୟରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦିଅନ୍ତୁ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରାକୃତିକ ଗ୍ୟାସ ସମ୍ମିଳନୀ ୨୦୨୦ରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାବ୍ୟତିତ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଯୋଗଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି |  ଚଳିତ ଆର୍ଥିକ ବର୍ଷ ଘରୋଇ ଗ୍ୟାସ ଉପôାଦନରେ ଅଭିବୃଦ୍ଧି ଘଟିବାର ମଧ୍ୟ ସମ୍ଭାବନା ରହିଛି । ପ୍ରଥମ ଥର ପାଇଁ ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଂଚଳରେ ଗ୍ୟାସ ପାଇପଲାଇନ କାମରେ ୧୦ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରୁଛନ୍ତିା କଚ୍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି । ଗତ ୫ ବର୍ଷରେ ଅନେକ ଏଲପିଜି ଟର୍ମିନାଲ ତିଆରି କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ଏଲପିଜି ଟର୍ମିନାଲ ତିଆରି କରିବା ପାଇଁ ଯୋଜନା ଚାଲିଛି । ଏହି କ୍ଷେତ୍ରରେ ଅନେକ ପ୍ରକଳ୍ପ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଯୋଜନା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜା କ୍ଷେତ୍ରରେ ବର୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି । ଗ୍ୟାସ ଆଧାରିତ ଉର୍ଜାରେ ବିଶ୍ୱର ହାରାହାରି ୨୫ ପ୍ରତିଶତ ଭାଗ ରହିଥିବା ବେଳେ ଗୁଜୁରାଟର ହାର ୨୬ ପ୍ରତିଶତ ରହିଛି । 

ଏହି ଅବସରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସିଟି ଗ୍ୟାସ ବିତରଣ(ସିଜିଡି)ର ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରାଯାଇଛି ଯାହାକୁ ରାଜ୍ୟମାନେ ମଧ୍ୟ ଗ୍ରହଣ କରିବା ନେଇ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଏଲଏନଜି ଆମଦାନୀ ବଢିଛି । ସିବିଜି ଏ ଦିଗରେ ବଡ ପଦକ୍ଷେପ । ଯାହା ପରିବେଶକୁ ସୁରକ୍ଷା ଦେବା ସହ ନିଯୁକ୍ତି ସୁଯୋଗ ଏବଂ ଅର୍ଥନୀତିକୁ ବଳ ଦେଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । 

0
0
0
s2sdefault