ହେଡଲାଇନସ୍:

ବେଆଇନ ଭାବେ ମଧୁବନରେ କମ୍ପୋଷ୍ଟ ପୋଷ୍ଟ ପ୍ରକଳ୍ପ ନିର୍ମାଣ : ଉଚ୍ଛେଦକୁ ନେଇ ଉତ୍ତେଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପୌରପ୍ରଶାସନର ହିଟଲାରୀ ଶାସନର ନଗ୍ନ ନମୁନା

  • ଲୋକ ତାତିଲା ପରେ ଏଭିକସନ କାର୍ଯ୍ୟକୁ ସ୍ଥଗିତ ରଖିଲା ପ୍ରଶାସନ  

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ମଧୁବନରେ କମ୍ପୋଷ୍ଟ ପୋଷ୍ଟ ପ୍ରକଳ୍ପ ନିର୍ମାଣ ପୌରପ୍ରଶାସନର ହିଟଲାରୀ ଶାସନର ନଗ୍ନ ନମୁନା ପ୍ରତିଫଳିତ ହୋଇଥିବାର ପରିଲକ୍ଷିତ ହୋଇଛି ।  ପୌରପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରୀ ୨୩ ପବିତ୍ର ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀରେ ପୌରପରିଷଦ ପକ୍ଷରୁ ଶାସନ କଳକୁ ବ୍ୟବହାର କରି ପୌରପରିଷଦରୁ ୨୫୫ ଲାଇସେନ୍ସ ନେଇ ଦୀର୍ଘ ୩୦/୪୦ ବର୍ଷରୁ ଅଧିକ ସମୟ ଧରି ଏବଂ ଅନ୍ୟ କେତେକ   ଖାଲ ଖମାରେ ପରିପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜମିକୁ ମାଟି ଭର୍ତ୍ତି କରି ଗେରେଜ କରି ବ୍ୟବସାୟ ଚଳାଇ ନିଜର ପରିବାରର ମୁହଁରେ ଦୁଇ ବେଳା ଆହାର ଯୋଗାଇ ଆସୁଥିବା ବ୍ୟବସାୟୀମାନଙ୍କୁ କୌଣସି ନୋଟିସ ଦିଆନଯାଇ ଅଥବା ମାଇକ ପ୍ରଚାର କରାନଯାଇ ମସ୍ଜିଡ଼ଟ୍ରେଟଙ୍କ ବିନା ଉପସ୍ଥିତିରେ ସେମାନଙ୍କୁ ଉଚ୍ଛେଦ କରାଯିବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଥିଲା ।  ଏହି ସମୟରେ ସ୍ଥାନୀୟ ଶତାଧିକ ବ୍ୟବସାୟୀ ଏକତ୍ରିତ ହୋଇ ତୀବ୍ର ଭାବେ ବିରୋଧ କରିଥିଲେ । ଫଳରେ ଲ ଆଣ୍ଡ ଅର୍ଡର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଥିଲା । ଏହାପରେ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାରଙ୍କ ସହ ଆଲୋଚନା କରିବା ପରେ ଜାନୁଆରୀ ୨୪ ପୂର୍ବାହ୍ନ ୯ଟା ସମୟରେ ମଧୁବନ ଗେରେଜ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିନୀତ ଭତଦ୍ୱାଜଙ୍କୁ ସାକ୍ଷାତ କରି ପୌରପ୍ରଶାସନ ଓ ପୁଲିସ ଉପସ୍ଥିତିରେ ସମସ୍ୟା ଉପରେ ବିଶଦ ଭାବେ ଆଲୋଚନା ହୋଇ ସମାଧାନର ରାସ୍ତା ବାହାରିବା ପର୍ଯ୍ୟନ୍ତ ଏଭିକସନ କାର୍ଯ୍ୟକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ । 

              ସୂଚନା ଯୋଗ୍ୟ ଯେ, ଅମୃତ ଯୋଜନାରେ ବାରିପଦା ପୌରପରିଷଦର ୨୮ଟି ୱାଡର଼୍ରୁ ବାହାରୁଥିବା ଉଦା ଓ ଶୁଖିଲା ଅଳିଆଆବର୍ଜନା(ବାହ୍ୟବସ୍ତୁର) ସୁପରିଚାଳନା ନିମନ୍ତେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଆସିଥିଲା । ଉକ୍ତ ଟଙ୍କାରେ ବାରିପଦା ସହର ଉପକଣ୍ଠରେ ଥିବା ମଇଳା ଖାଦାନ ପରିସରରେ ଗୋଟାଏ କମ୍ପୋଷ୍ଟ ପୋଷ୍ଟ ପ୍ରକଳ୍ପ ନିର୍ମାଣ କରାଯାଉ ଥିବା ବେଳେ ଅନ୍ୟ ଗୋଟାଏ କମ୍ପୋଷ୍ଟ ପୋଷ୍ଟ ମଧୁବନରେ ନିର୍ମାଣ କରାଯିବ ବୋଲି ପୌରପ୍ରଶାସନ ନିଷ୍ପତ୍ତି ନେଇଛି । ଉକ୍ତ ପୋଷ୍ଟରେ ପୌରପରିଷଦର ୭,୮,୯ ଆଦି ଭିବିନ୍ନ ୱାଡର଼୍ରୁ ବାରୁଥିବା ପଚାସଢ଼ା ଅଳିଆଆବର୍ଜନା ଆସି ଜମା ହେବା ପରେ ସେଥିରୁ କମ୍ପଷ୍ଟ ଖତ ପ୍ରସ୍ତୁତ କରାଯିବ । ପୌରପ୍ରଶାସନ ପକ୍ଷରୁ ୱାଡର଼୍ ନମ୍ବର ୭ ମଧୁବନ ଅଞ୍ଚଳରେ ଯେଉଁଠି କମ୍ପଷ୍ଟ ପୋଷ୍ଟ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି ସେହି ଅଞ୍ଚଳରେ ପ୍ରାୟ ଶହେରୁ ଅଧିକ ବ୍ୟବସାୟୀ ସେମାନଙ୍କର ବ୍ୟବସାୟ ଦୀର୍ଘ ବର୍ଷ ଧରି ଚଳାଇ ଆସୁଛନ୍ତି । ପୁଣି ପାଖରେ ବଳାଙ୍ଗୀ ଉଚ୍ଚ ବାଳିକା ବିଦ୍ୟାଳୟ, ମଧୁବନ ମିନି ଷ୍ଟାଡ଼ିୟମ , ରାଣୀସତୀ ମନ୍ଦିର ଓ ବିଏସଏନଏଲ କାର୍ଯ୍ୟାଳୟ ଆଦି ରହିଅଛି । ଟାଉନସିପ୍ ଭିତରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ସ୍ଥାନୀୟ ପାରିପାଶ୍ୱର୍ିକ ପରିବେଶକୁ ପ୍ରଦୋଷିତ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି ।  ତେଣୁ ପୌରପ୍ରଶାସନର ଏହି ପ୍ରଖାରର ଖାମଖିଆଲି ମନୋଭାବକୁ ସହରରେ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । 

               ସେହିପରି ଯୁବ ଆଇନଜୀବୀ ତଥା ବାର ଆସୋସିଏସନର ସଦସ୍ୟ ଅରବିନ୍ଦ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯଦି ଦୀର୍ଘ ଦିନ ଧରି ସେଠାରେ ବ୍ୟବସାୟୀମାନେ ବ୍ୟବସାୟ ଚଳାଇ ଆସୁଛନ୍ତି, ତେବେ ପୌରପ୍ରଶାସନ ପ୍ରଥମେ ତାଙ୍କୁ ଅନ୍ୟତ୍ର ଥଇଥାନ କରାଇବା ପରେ ଉଚ୍ଛେଦ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ବାରିପଦା ଶ୍ରୀଶ୍ରୀହରି ବଳଦେବଜୀଉ ବିଜେ ମହାପ୍ରଭୂଙ୍କ ସେବାୟତ କାମେଶ୍ୱର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ବାରିପଦା ପୌରପ୍ରଶାନ ଯେଉଁଠି କମ୍ପୋଷ୍ଟ ପୋଷ୍ଟ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି ସେହି ସମ୍ପତ୍ତି  ହାଲରେ ଦେବୋତ୍ତର ଓ ସାବକରେ ପୌରପରିଷଦ ନାମରେ ରହିଛି । ପୌରପରିଷଦ ଚଞ୍ଚକତା କରି ଦେବୋତ୍ତର ବିଭାଗର ସମ୍ପତ୍ତିକୁ ନିଜ ନାମକୁ କରାଇ ନେଇଛି । ଦେବୋତ୍ତର ବିଭାଗର ପରମ ଶତ୍ରୁ ହେଉଛି ପୌରପରିଷଦ । ଦେବୋତ୍ତର ବିଭାଗର ହରିଲୁଟ ହୋଇଥିବା ସମ୍ପତ୍ତିକୁ ପୁର୍ନଉଦ୍ଧାର କରି ଦେବୋତ୍ତର ବିଭାଗ ହାତକୁ ଫେରାଇ ଆଣିବା ନିମନ୍ତେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ବୋଲି କହିଥିଲେ । 

            ପ୍ରକାଶ ଥାଉକି, ଗତ ଜାନୁଆରୀ ୨୧ରେ ମଧୁବନ ଗେରେଜ ଆସୋସିଏସନ ପକ୍ଷରୁ ବାରିପଦା ପୌରପରିଷଦ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବି କରିଥିଲେ । ଏବିଷୟରେ ପୌର ନିର୍ବାହୀ ଅଧିକାରୀ ଶ୍ରୀଦାଶ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ମଧୁବନରେ ଯେଉଁଠାରେ ଏମସିସି(ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର)  ହେବ ସେଠାରେ କିଛି ଉଠାଦୋକାନୀ ରହିଛନ୍ତି । ସେମାନେ ଆଜି ଆସିଥିଲେ । ସେମାନେ ପ୍ରଥମେ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି । ପୌରପରିଷଦର ଚେୟାରମେନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଏବିଷୟରେ ଆଲୋଚନା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । 

             ମୁଖ୍ୟମନ୍ତ୍ରୀ ନବୀନ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ଜନସାଧାରଣ ଗଣତନ୍ତ୍ରର ଆତ୍ମା ବୋଲି ମୁଖ୍ୟମନ୍ତ୍ରୀ  ନିଜେ କହିଛନ୍ତି । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଟାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ , ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ବାରିପଦା ପୌରପରିଷଦ ଲୋକମାନଙ୍କ ସେବା ପାଇଁ ଅଛି । ଲୋକମାନେ ଏହାର ପ୍ରକୃତ ମାଲିକ ବୋଲି ମୋ ସରକାରରେ କୁହାଯାଇଛି ଖୋଦ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ବାରିପଦା ପୌରସଂସ୍ଥା ତାକୁ ଜମା ଖାତିର କରୁନି  ।ବାରିପଦା ପୌରପରିଷଦରେ ଏହାର ବ୍ୟତୀକ୍ରମ ପରିଲକ୍ଷିତ ହୋଇଥିବାର ଅଭିଯୋଗ ହେଉଛି । ବାରିପଦା ପୌରପରିଷଦର ଖାମଖିଆଲି ଓ ସ୍ୱେଚ୍ଛାଚାରୀ ମନୋଭାବକୁ ନେଇ ପୌରବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୋହଳିବାରେ ଲାଗିଛି । ଏହାର କୁପ୍ରଭାବ ଆସନ୍ତା ପୌରପରିଷଦ ନିର୍ବାଚନରେ ପ୍ରତିଫଳିତ ହେବାକୁ ଯାଉଛି । ଫଳରେ ସରକାରୀ ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସହରରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।  

 

0
0
0
s2sdefault