ହେଡଲାଇନସ୍:

 ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରାପ୍ତ ଓଡିଆ ଛାତ୍ର ୟଶ୍ ମିଶ୍ରଙ୍କୁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ୟଶ ଓଡିଶା ପାଇଁ ବୌଦ୍ଧିକ କ୍ଷେତ୍ରରେଗୌରବ ଆଣିଛନ୍ତି - ଧର୍ମେନ୍ଦ୍ର ପ୍ରଧାନ

  •  ୟଶଙ୍କ ଉପଲବ୍ଧି ସମ୍ପୂର୍ଣ୍ଣ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ

  •  ୟଶ ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି

  •  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ୟଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲେ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ) – ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଚଳିତବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ୍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ୟଶ ଓଡିଶା ପାଇଁ ବୌଦ୍ଧିକ କ୍ଷେତ୍ରରେ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ୟଶଙ୍କ ଉପଲବ୍ଧି ସମ୍ପୂର୍ଣ୍ଣ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ନାସାରେ  ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇ ଓଡିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ, ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୟଶ ମିଶ୍ର ବର୍ତମାନ ପର୍ଯ୍ୟନ୍ତ ଗଣିତ ଓ ବିଜ୍ଞାନ ବିଭାଗରେ ରଚନା, ବକ୍ତୃତା ଭଳି ଅନ୍ୟ ପ୍ରତିଯୋଗୀତାରେ ୪୦୦ଟି ପୁରସ୍କାର ଜିତିସାରିଥିବା ବେଳେ ୨୦୦ଟି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ସିଙ୍ଗାପୁର ଏସିଆନ୍ ଗଣିତ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାର କୃତିତ୍ୱ ଅର୍ଜନ କରିଛନ୍ତି ।

0
0
0
s2sdefault