ହେଡଲାଇନସ୍:

 ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କଲେ ଚନ୍ଦ୍ରଶେଖର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •   ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ  ବିଭାଗୀୟ ଯନ୍ତ୍ରୀଙ୍କ ସହ କଲେ ଆଲୋଚନା 

  •  ତ୍ୱରାନ୍ୱିତ କରାଇବା ପାଇଁ ଖୁବଶୀଘ୍ର କରାଇବେ ସଚିବ ସ୍ତରୀୟ ଆଲୋଚନା  

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଜଳସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ଗୁରୁବାର ଦିନ ନିର୍ମାଣ-ଧିନ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି ।

  ଗଜପତି ଜିଲ୍ଲା ରାୟଗଡ ଗ୍ରାମର ଉପକଣ୍ଠରେ ଏହି ଡମ୍ବାପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ଧିନ ଅବସ୍ଥାରେ ରହିଛି । ଏହି ପ୍ରକଳ୍ପର ଜଳସେଚନ ବନ୍ଧ ର ସମସ୍ତ ବୈଷୟିକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେନାଲ କାର୍ଯ୍ୟ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ର ଆରମ୍ଭ ମଧ୍ୟ ହୋଇ ପାରି ନ ଥିବା ଜଣାଯାଇଛି । ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଗତ ୨୦୦୮ ମସିହା ଏପ୍ରିଲ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଦେଇଥିଲେ ।

  ତେବେ ପ୍ରକଳ୍ପର ତ୍ୱରିତ ନିର୍ମାଣ କାର୍ଯ୍ୟର ସମ୍ପୂର୍ଣ୍ଣତା ଓ କାର୍ଯ୍ୟକ୍ଷମତା ନେଇ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ନେଇ ଯାହା କିଛି ବୈଷୟିକ ଓ ଅର୍ଥର ଅଭାବନୀୟ ପରିସ୍ଥିତି ଯୋଗୁଁ ଯଦିବା ଅଟକି ଯାଇ ନିର୍ମାଣ କାର୍ଯ୍ୟ କି ଆଉ କିଛି ପାଇଁ ଅଟକି ଯାଇ ବାଧା ସୃଷ୍ଟି ହେଉଛି  ତେବେ ସେଥିପାଇଁ ଏହାକୁ ନେଇ ଭୁବନେଶ୍ୱର ଠାରେ ସଚିବ ସ୍ତରୀୟ ତଥା ଉଚ୍ଚସ୍ତରୀୟ ଆଲୋଚନା କରିବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

ପୂର୍ବତନ ବିଧାୟକ ତଥା ବରିଷ୍ଠ ଚାଷୀ ନେତା ବିଜୟ କୁମାର ଜେନା ମଧ୍ୟ ଆଲୋଚନା ବେଳେ ପ୍ରକଳ୍ପ ଉପରେ କେତେକ ନୂତନ ବୈଷୟିକ ଯୋଜନାର ପରାମର୍ଶ ଦେଇଥିଲେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଏବଂ ଦରକାର ପଡିଲେ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ପରିଦର୍ଶନ ବେଳେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ , ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର , ବିଜେଡିର ବରିଷ୍ଠ ନେତା ବସନ୍ତ କୁମାର ଦାସ ଏବଂ ବହୁ ଜିଲ୍ଲା ସ୍ତରୀୟ ଦଳୀୟ ନେତାଙ୍କ ସହ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଯାଇଥିଲେ ।

0
0
0
s2sdefault