ହେଡଲାଇନସ୍:

"ମହିଳାମାନଙ୍କର ଭାଗୀଦାରିତା ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେଇପାରିଛି'"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷି ଓଡ଼ିଶା'ର ଚତୁର୍ଥ ସନ୍ଧ୍ୟା : ଉତ୍କର୍ଷ ହାସଲ କରିଥିବା ମତ୍ସ୍ୟଚାଷୀମାନଙ୍କୁ ୧୦ ହଜାର ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ  ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା  

  • କୃଷି ଓଡ଼ିଶାର ଗୋଟିଏ ଦିବସକୁ ମହିଳାମାନଙ୍କୁ ଉତ୍ସର୍ଗୀକୃତ ହେବ ମହିଳାମାନଙ୍କ ପାଇଁ ବଡ ସମ୍ମାନ : : ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

  • ଚାଷରେ ବିବିଧତା ଆଣି ଏକାଧିକ ଅର୍ଥକରୀ ଫସଲ ନିମନ୍ତେ କୃଷକମାନେ ଆଗ୍ରହ ସୃଷ୍ଟି ପାଇଁ ଦିଆଯାଉଛି  ପ୍ରୋତ୍ସାହନ : ଡ଼ ଅରୁଣ 

ଭୁବନେଶ୍ୱର,(ଶାସକ ପ୍ରଶାସକ):  କୃଷି କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତା ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେଇପାରିଛିା କୃଷି କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତିା ଏଥି ସହିତ ଓଡ଼ିଶାର ବିକାଶ ପର୍ବରେ ମହିଳାମାନଙ୍କର ଯୋଗଦାନକୁ ସ୍ୱୀକୃତିପୂର୍ବକ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତିା କୃଷି କ୍ଷେତ୍ରରେ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଯେପରି ଆର୍ଥିକ  ଦୃଷ୍ଟିକୋଣରୁ ଲାଭବାନ ହୋଇପାରିବେ ସେଥି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତିା 

ଆଜି ଜନତା ମଇଦାନରେ କୃଷି ଓଡ଼ିଶାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ କୃଷି ଓଡ଼ିଶାର ଗୋଟିଏ ଦିବସକୁ ମହିଳାମାନଙ୍କୁ ଉତ୍ସର୍ଗୀକୃତ କରାଯାଇଥିବା ମହିଳାମାନଙ୍କ ନିମନ୍ତେ ସମ୍ମାନ ଆଣିଦେଇଛିା ରାଜ୍ୟ ସରକାର ମହିଳାମାନଙ୍କୁ ଏପରି ଏକ ସ୍ତରକୁ ନେଇଯାଇଛନ୍ତି ଯେପରି ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବା ମହିଳାମାନେ ପାରମ୍ପରିକ କାର୍ଯ୍ୟଧାରାଠାରୁ ଆଗକୁ ଯାଇ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନସଂଗ୍ରହଠାରୁ ଆରମ୍ଭ କରି ପଞ୍ଚାୟତ ପୋଖରୀରେ ମାଛଚାଷ ପର୍ଯ୍ୟନ୍ତ ନିୟୋଜିତ ହୋଇଛନ୍ତିା ଧାନ ସଂଗ୍ରହ ଭଳି ଏକ ଆହ୍ୱାନମୂଳକ କ୍ଷେତ୍ରରେ ମଧ୍ୟ ସେମାନେ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏବେ ପଞ୍ଚାୟତ ପୋଖରୀଗୁଡ଼ିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଲିଜ୍ ଆକାରରେ ପ୍ରଦାନ କରାଯାଉଛିା ଗତବର୍ଷ ଗଞ୍ଜାମ ଜିଲ୍ଲାର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମିତି କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ଆମ ରାଜ୍ୟର କୃଷି ଅନୁକୂଳ ବାତାବରଣ, ସରକାରଙ୍କ ସକାରାତ୍ମକ କୃଷିନୀତି, କୃଷି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହନ ରାଜ୍ୟର ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ କୃଷି କ୍ଷେତ୍ରରେ ସାମିଲ୍ ହେବା ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲୋ 

ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଚାଷ ପରିବାରର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ ମହିଳାମାନଙ୍କର ଅବଦାନ ନିଶ୍ଚିତ ରୂପେ ରହିଛିା ଜନଜାତି ବହୁଳ ଇଲାକା ଓ ପାର୍ବତ୍ୟ  ଅଞ୍ଚଳଗୁଡ଼ିକରେ ମହିଳାମାନେ ଅତ୍ୟନ୍ତ କଠିନ ପରିଶ୍ରମୀ ଏବଂ ଅର୍ଥନୈତିକ ଉନ୍ନତିରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ଏହା ସହିତ ଚାଷରେ ବିବିଧତା ଆଣି ଅଧିକରୁ ଅଧିକ ଅର୍ଥକରୀ ଫସଲ ନିମନ୍ତେ କୃଷକମାନେ କିପରି ଆଗ୍ରହୀ ହେବେ ସେଥିନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଉନ୍ନତ ଜ୍ଞାନକୌଶଳ ଓ ଚାଷ ପଦ୍ଧତି ପ୍ରୟୋଗ ଫଳରେ କମ ଜମିରେ ଅଧିକ ଫସଲ ଆଜି କରାଯାଇପାରୁଛିା ସାଂପ୍ରତିକ ପରିସ୍ଥିତିରେ କୃଷି ଓ ଆନୁଷଙ୍ଗିକ କୃଷିରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବାର ମାଧ୍ୟମ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲୋ 

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଲିଡର ରଂଜିତା ପୁସ୍କର ପ୍ରମୁଖ ଯୋଗଦେଇ ରାଜ୍ୟରେ କୃଷିର ବିକାଶ ଦିଗରେ ମହିଳାମାନଙ୍କର ଅବଦାନ ସଂପର୍କରେ ଆଲୋପାତ କରିଥିଲୋ ଉତ୍ସବ ପ୍ରାରମ୍ଭରେ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ଓ କୃଷି ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ଶେଷରେ ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍. ତିରୁମାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ 

ଏହି ଅବସରରେ "ରାଇସ୍ବେସଡ୍ କ୍ରପିଙ୍ଗ ସିଷ୍ଟମ୍ ନଲେଜ୍ ବ୍ୟାଙ୍କ' ଏବଂ "ରାଇସ୍ ଡକଫର' ଆପ୍ ର  ଲୋକାର୍ପଣ ହେବା ସହିିତ "କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଇନ୍ ଓଡ଼ିଶା' ଶୀର୍ଷକ କମପେଡିୟମ୍ ଓ "ରବି କାର୍ଯ୍ୟକ୍ରମ ପ୍ରଶିକ୍ଷଣ ମାନୁଆଲ୍'ର ଶୁଭ ଉନ୍ମୋଚନ କରାଯାଇଥିଲାା ଏଥି ସହିତ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ମତ୍ସ୍ୟଚାଷୀମାନଙ୍କୁ ୧୦ ହଜାର ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ  ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲାା

 

0
0
0
s2sdefault