ହେଡଲାଇନସ୍:

ନାମ ନେଲେ ଅନାମ : ବନ୍ଧା ହୋଇ ଗଲେ ଜେଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭବାନୀପାଟଣା/ ଜୁନାଗଡ : କିଛିଦିନ ତଳେ ଭିଜିଲାନ୍ସ ରେଡର ସମ୍ମୁଖୀନ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନାମ ନାୟକ ଶେଷରେ ନାମ ନେଇଛନ୍ତି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥବା ଅଭିଯୋଗରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜୟପୁର ଭିଜିଲାନ୍ସ ସେଲ ପକ୍ଷରୁ କୁହାଯାଇଛି | 

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଓଡିଶା ବିଧାନ ସଭାର ବିଜେଡି ବିଧାୟକ ଭାବେ ରହିଥିବା ଅନାମ କିଛି ଦିନ ତଳେ ଭିଜିଲାନ୍ସ ସ୍କାନରକୁ ଆସିଥଲେ | ୨୦୧୬ ମସିହାରେ ଭିଜିଲାନ୍ସ ସ୍କାନରକୁ ଆସିଥିବା ଅନାମଙ୍କୁ ଏହି କାରଣରୁ ବିଜେଡି ୨୦୧୯ ନିର୍ବାଚନରେ ଟିକେଟ ଦେଇନଥିଲା | ଏକ ଷ୍ଟିଙ୍ଗ ଅପରେସନରେ ଜଣ ପଡିଥିଲା ଅନାମ ଅନ୍ୟ ତିନିଜଣ ବିଧାୟକଙ୍କ ସହ ମିଶି ନିଜ ନିଜ ନିର୍ବାଚନ ମଣ୍ଡଳୀରେ କିଛି ଶିଳ୍ପ ସଂସ୍ଥା ବା ପ୍ରତିଷ୍ଠାନଙ୍କ ଠାରୁ ଚାନ୍ଦ ଦାବି କରିଥିଲେ | ତାହା ସେତେବେଳେ ଦଳକୁ ଅଡୁଆ ପରିସ୍ଥିତିରେ ପକାଇଥିଲା | 

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ କାରଣରୁ ତାଙ୍କୁ ଟିକେଟରୁ ବଂଚିତ କରାଯାଇଥିବା ବେଳେ ନିଜ ଦଳର ନେତା ହେଲେବି କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସବୁଜ ସଂକେତ ଦେଇ ସାରିଥିଲେ |  ଅନାମ ବିପୁଳ ପରିମାଣର ଆୟ ବିର୍ହଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ୍ କିଛି ଅଭିଯୋଗ ପାଇଥିଲା । ହେଲେ ଏହି ଅଭଯୋଗଉପରେ ପୁଙ୍ଖାନୁପୁଙ୍ଖ ଭିତିରିଆ ତଦନ୍ତ କରିବା ସହ ତଥ୍ୟ  ଯୋଗାଡ କଲାପରେଚଳିତ ବର୍ଷ  ଜାନୁୟାରୀ ୧୭ ତାରିଖରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଅନାମଙ୍କ କଳାହାଣ୍ଡି ଜିଲ୍ଲା ନାକଟିଗୁଡା ସ୍ଥିତ ବାସ ଭବନ ଓ ମଦନପୁର-ରାମପୁରସ୍ଥିତ ହୋଟେଲ ଉପରେ ଏକକାଳୀନ ଚଢ଼ାଉ କରିଥିଲେ | ମିଳିଥିବା ସୂତ୍ର ଅନୁଯାୟି  ଭବାନୀପାଟଣା ତାଙ୍କ ସୁଦୃଶ୍ୟ  ଅଟ୍ଟାଳିକା ଛଡ଼ା ନକଟିଗୁଡ଼ାରେ ଏକ କମର୍ସିଆଲ୍ ବିଲଡିଂ, ମଦନପୁର-ରାମପୁର ଟାଉନ୍ ରେ ହୋଟେଲ ସହିତ ମାର୍କେଟ୍ କମ୍ପ୍ଲେକ୍ସ ବି ରହିଛି । ପୁରୁଣାପଡ଼ାରେ ତାଙ୍କର ଏକ ନିର୍ମାଣଧୀନ କୋଠା ବି ଭିଜିଲାନସ୍ ନଜରକୁ ଆସିଥିଲା । ପ୍ରାଥମିକ ତଦନ୍ତ ବେଳେ ଏହିସବୁ ସମ୍ପତ୍ତିର ମୂଲ୍ୟ ପ୍ରାୟ ସାଢେ ୩କୋଟି ବୋଲି ଭିଜିଲାନ୍ସ ଆକଳନ କରିଥିଲା | ବହୁ ବେନାମୀ ସମ୍ପତ୍ତିର ସେ ମାଲିକ ବୋଲି ଭିଜିଲାନ୍ସ ଜାଣିବା ପରେ ସେ ସମ୍ପର୍କିତ ପ୍ରମାଣ ଯୋଗାଡ କରିବା ପରେ ଭିଜିଲାନ୍ସ ୧୭ ତାରିଖରେ ରେଡ କରିଥିଲା | ଗୁରୁବାର  ସଂଧ୍ୟାରେ ଜୟପୁର ଭିଜିଲାନସ୍ ୟୁନିଟର ଏକ ଟିମ୍ ଭବାନୀପାଟଣାରୁ ଅନାମଙ୍କ ଗିରଫ କରିଥିଲା । ଭିଜିଲାନସ୍ କୋର୍ଟରେ ତାଙ୍କ ଜାମିନ୍ ନାମଂଜୁର ହେବା ପରେ ତାଙ୍କୁ ଜେଲ ହାଜତ କୁ ପଠାଯାଇଛି  ।

 

0
0
0
s2sdefault