ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନାଞ୍ଚଳ ଅଧିନ ସରଗଡା-ଚଢେଇ ପାହାଡ଼ି ରାସ୍ତା ରୁ ପ୍ରାୟ 3 କିଲୋମିଟର ଦୂର କଣାପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ବଳଦକୁ ବାଘ ମାରି ଖାଇଥିବାର ଖବର ଅଂଚଳରେ ଭୟ ର ବାତାବରଣ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି, ଦଳେଇଡିହ ଗ୍ରାମର ବୁବେଲ ସରଦାର ଙ୍କ ଏକ ବଳଦ ଗତ 21 ତାରିଖ ରୁ ନିଖୋଜ ଥିଲା, ବୁବେଲ ଏବଂ ତାଙ୍କ ସ୍ତ୍ରୀ ଆଖ ପାଖ ଅଂଚଳରେ ଖୋଜା ଖୋଜି କରି ନିରାଶ ହେବ ପରେ ଗ୍ରାମବାସୀଙ୍କୁ ଖୋଜିବାକୁ ନିବେଦନ କରିଥିଲେ, ଗ୍ରାମବାସୀ ବଲଦ କୁ କଣାପାଟ ଜଙ୍ଗଲ ମଧ୍ୟରେ ମୃତ ଅବସ୍ଥାରେ ଠାବ କରି ମାଲିକ ଙ୍କୁ ଖବର ଦେବାସହ ବିଶୋଇ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଙ୍କୁ ମଧ୍ୟ ସୂଚନା ଦେଇଥିଲେ, ଖବର ପାଇରେଞ୍ଜ ଅଧିକାରୀ ସଦଳବଳେ ଘଟଣା ସ୍ଥଳକୁ ପହଂଚି ଘଟଣାର ତଦନ୍ତ କରି ମୃତ ବଳଦ ର ପୋଷ୍ଟ ମୋଟମ କରି ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲେ,ବଳଦ ମୃତ ସ୍ଥାନ ନାଳ ନିକଟରୁ ବାଘର ପାଦ ଚିହ୍ନ ଠାବ କରାଯାଇଛି, ଯାହାକି କଲରା ପତରିଆ ବାଘ ବଳଦ କୁ ମରିଥିବାର ଅନୁମାନ କରାଯାଉଛି, ଏନେଇ DFO ଙ୍କ ନିର୍ଦେଶ କ୍ରମେ କ୍ଷତିଗ୍ରସ୍ତ ପରିବାରକୁ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି,ଏବଂ ଗ୍ରାମ ବାସୀ ଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।ତେବେ ଜନବସତି ର ଅତି ନିକଟରେ ବାଘଟି ର ପାଦଚିହ୍ନ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ରାଜ୍ୟ
ବାଘ ଖାଇଲା ବଳଦ, ଜନ ସାଧାରଣରେ କୋକୁଆ ଭୟ
- Hits: 410
