ହେଡଲାଇନସ୍:

ଅଜଣା କାର ଧକ୍କାରେ ତିନି ଗୁରୁତର ମଧ୍ୟରୁ ଜଣଙ୍କ ମୃତ୍ୟୁ -କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଲେଶ୍ୱର  ରାଜ୍ୟ ରାଜପଥର ଜମ୍ଭୀରଡିହା ଛକ ନିକଟରେ ଜାନୁଆରୀ ୨୦ରେ ଅଜଣା କାର ଧକ୍କାରେ  ତିନି ଜଣ ଗୁରୁତର ହୋଇଥିଲେ । ଦୁଇଟି ସାଇକେଲରେ ଶଙ୍ଖାଭଙ୍ଗା ହାଟରୁ ଫେରୁଥିବା ବେଳେ ଗୋଟିଏ ଇଣ୍ଡିକା କାର ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ଗୁରୁତର ହେସେଲଡ଼ିହି  ଗ୍ରାମର ଖୁଦୁ ଟୁଡୁ(୫୦) , ଟେପ ମାରାଣ୍ଡି ଓ ତାର ପୁତ୍ର ତଥା ଭୁବନେଶ୍ୱର ସ୍ଥିତ କିଟସ ଶିକ୍ଷା ଅନୁଷ୍ଠାନର ଛାତ୍ର ଅବିନାଶ ମାରାଣ୍ଡି (୭) ଗୁରୁତ୍ତର ଭାବେ ଆହତ ହୋଇ ପ୍ରଥମେ ବାରିପଦା ପିଆରଏମ  ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।  ଏମାନଙ୍କ । ମଧ୍ୟରୁ ଜାନୁଆରୀ ୨୨ ବୁଧବାର ରାତିରେ ଖୁଦୁ ଟୁଡୁ(୫୦)ଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲ ରେ ମୃତ୍ୟୁ ହୋଇଛି । ଆଜି ସ୍ଥାନୀୟ ଜନସାଧାରଣ ଓ ଖୁଦୁ ଟୁଡୁଙ୍କ ପରିବାର ସଦସ୍ୟ , ଆତ୍ମୀୟସ୍ଵଜନମାନେ ବାରିପଦା - ଜଳେଶ୍ବର ମୁଖ୍ୟ ରାସ୍ତାକୁ  ଅବରୋଧ କରିଥିଲେ । ପ୍ରଶାସନ ତରଫରୁ ଖୁଦୁଙ୍କ ପିଲାମାନଙ୍କ  ପାଠପଢା ଖର୍ଚ୍ଚ ସହ ପତ୍ନୀଙ୍କୁ  କ୍ଷତିପୂରଣ ବାବଦରେ ଆଥିର୍କ  ସହାୟତା ଯୋଗାଇବା ସହିତ ରାସ୍ତାରେ ସିସିଟିଭି କେମେରା ଲଗାଇବା ଆଦି ଦାବିରେ ଏହି ରାସ୍ତା ଅବରୋଧ କରାଯାଇଥିଲା  । ଖବର ପଇ ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇବା ନିମନ୍ତେ ଉଦ୍ୟମ ଚଳାଇଥିଲେ ।  ତେବେ ଖବର ଲେଖାଯିବା ପାର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା ।

0
0
0
s2sdefault