ହେଡଲାଇନସ୍:

ରାଜବୋଡାସମ୍ବର ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲରେ ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ଅତିଥ୍ୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ହୋଇଯାଇଛି । ଦୁଇ ବୀର ପୁରୁଷଙ୍କ ବିଷୟରେ ଓଡିଆ ଶିକ୍ଷକ କ୍ଷୀରସିନ୍ଧୁ ସୁନା  ଦେଶ ଗଠନରେ ସେମାନଙ୍କ ଭୂମିକାକୁ ଆଲୋକପାତ କରିଥିଲେ । ପରେ ପରେ  ବିଦ୍ୟାଳୟର  ଏନସିସି  ଛାତ୍ର ମାନଙ୍କୁ ନୂତନ ପୋଷାକ ବଣ୍ଟନ କରଯାଇଥିଲା । ଏହାକୁ ଏନସିସି ଅଧିକାରୀ ମୋହନ ବନଛୋର  ପରିଚାଳନା କରିଥିଲେ । ବିଦ୍ୟାଳୟର  ସୁନୀଲ ସିହ୍ନା , ଜିତେନ୍ଦ୍ର ପଣ୍ଡା, ଅଭିଳାଷ ସାହୁ, ହରେକୃଷ୍ଣ ମେହେର, ପ୍ରଶାନ୍ତ ସାହୁ ,ଦୀପକ ତିଵାରୀ, କୃଷ୍ଣ ପଧାନ, ପଦ୍ମନାଭ ବୁଡେକ , ନନ୍ଦଗୋପାଳ ବନଛୋର  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଗଙ୍ଗାଧର ମହାନ୍ତି ଧନ୍ୟବାଦ ଦେଇଥିଲେ ।

0
0
0
s2sdefault