ହେଡଲାଇନସ୍:

କଲେଜ ପରିଚାଳନା ପରିଷଦରେ ରହିବେନି ନିର୍ବାଚିତ ପ୍ରତିନିଧି : ଡ ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଟ୍ୟୁସନ ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ସରକାରୀ ଓ ବେସରକାରୀ କଲେଜ ଶିକ୍ଷକ ସାବଧାନ  | ଆଉ ବରଦାସ୍ତ କରାଯିବନି | ଆଉ ଖୋଲାଖୋଲି ଭାବିଲେ କଡା ଚେତାବନୀ  ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ । ଘରୋଇ ଭାବେ କୋଚିଂ ଦେଲେ  ଉଚ୍ଚଶିକ୍ଷା କୋଡ୍ ଅନୁସାରେ ନିଆଯିବ ଦୃଢ ପଦକ୍ଷେପ |  ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟସ୍ତରୀୟ ଇଣ୍ଟରଫେସରେ ଯୋଗ ଦେଇ ନିଜ ମତ ଓ ଅଭିଭାବକମାନଙ୍କ ପ୍ରଶ୍ନର ଉତ୍ତରରେ  ଏ ବିଷୟ ପ୍ରକାଶ କରିଛନ୍ତି ମନ୍ତ୍ରୀ ଡ଼ ସାହୁ | 

ମନ୍ତ୍ରୀ ଡ଼ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ କଲେଜ ପରିଚାଳନାରେ ଆଉ ରାଜନୈତିକ ବ୍ୟକ୍ତିଙ୍କ ଉପସ୍ଥିତି ବା ହସ୍ତକ୍ଷେପ ରହିବ ନାହିଁ | ଅର୍ଥାତ କଲେଜ ପରିଚାଳନା ପରିଷଦରେ ଆଉ ରହିବେନି ବିଧାୟକ ବା ନିର୍ବାଚିତ ପ୍ରତିନିଧି । ଏହି ନିଷ୍ପତ୍ତି ଆପାତତଃ ନିଆଯାଇଛି । ଏ ବିଷୟରେ କ୍ୟାବିନେଟ ନିଷ୍ପତ୍ତିକୁ ଅପେକ୍ଷା | କିଏ ରହିବେ କ୍ୟାବିନେଟରେ ନିଷ୍ପତ୍ତି ନେବେ  । କ୍ୟାବିନେଟ ନିଷ୍ପତ୍ତି ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଡ଼ ସାହୁ | 

 ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, proctorial କ୍ଳାସ ବ୍ୟବସ୍ଥା ଆରମ୍ଭ କରିବା କଥା କହିଛୁ। ପ୍ରତି ଶିକ୍ଷକ ଗ୍ରୁପ କରି ଛାତ୍ରଙ୍କ ଦାୟିତ୍ୱ ନେବେ। ତା ସମସ୍ତ ଦିଗ ନେଇ ବାପାମାଙ୍କ ସହ ଆଲୋଚନା କରିବେ। ଆମେ ଜିଲ୍ଲା ବଣ୍ଟନ କରିଛୁ ସରକାରୀ ଅଧିକାରୀଙ୍କ ଭିତରେ ତଦାରଖ ପାଇଁ। ମୁଁ ନିଜେ ଯାଇଛି । ପଚାରିଛି ତ ଉତ୍ତର ପାଇଛି, ଅଭିଭାବକଙ୍କୁ ଡାକିଲେ ଆସୁ ନାହାନ୍ତି। 3 ଵର୍ଗରେ ଅନୁଭବ କଲି-କିଛି ଲୋକ ଅଧିକ ଦାୟିତ୍ୱ ନେବାକୁ ଚାହାନ୍ତି। କିଛି ଯେତିକି ଦାୟିତ୍ୱ ସେତିକି କରନ୍ତି। ଆଉ କିଛି ଗଳା ବାଟ ଦେଖି ଖସନ୍ତି।  ରକ୍ଷଣଶୀଳ ମାନସିକତାର ଅଧିକ ଲୋକ ଅଛନ୍ତି। ସରକାରୀ ଓ ଘରୋଇ ସ୍କୁଲରେ ବ୍ୟବସ୍ଥା ଅଲଗା। ଘରୋଇ ସ୍କୁଲରେ parents meet ବାଧ୍ୟତାମୂଳକ। ହେଲେ ସରକାରୀ ସ୍କୁଲ ଅଭିଭାବକ ଭାବନ୍ତି, ସ୍କୁଲ ପଠେଇ ଆମ ଦାୟିତ୍ବ ସରିଗଲା। ତେଣୁ ମୁଁ କହିଲି, ଯେଉଁ ଦିନ ଛାତ୍ର ଭାବିବ, ମୋ ଶିକ୍ଷକ ଅଭିଭାବକଙ୍କ ସହ ଯୋଗାଯୋଗରେ ଅଛନ୍ତି , ସେଦିନ କିଛି କରିବା ଆଗରୁ ସେ ଚିନ୍ତା କରିବ। ତେଣୁ ଶିକ୍ଷାରେ ଗୁଣାତ୍ମକତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ଅଭିଭାବକ, ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ସହଯୋଗ ରହିଲେ ତାହା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି | 

ଏହି ଇଣ୍ଟରଫେସରେ ସାମିଲ ହୋଇ  ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ,  ଛାତ୍ର ଅଭିଭାବକ କେହି ଚାହୁଁ ନାହାନ୍ତି ଫେଲ ହେବାକୁ। ପାସ କରିବାକୁ ବହୁତ କହୁଛନ୍ତି। ଏମିତି ଜିଲ୍ଲା ଗୁଡିକରେ ଖାଲି ପାସ କରିବି ବାହା ବାହା ନେଇକି କିଛି ଲାଭ ନାହିଁ। ଗ୍ରେସ ମାର୍କ ଦେଇ ପାସ କରିବା କଣ କ୍ରେଡିଟ ? ଏହା ଦ୍ୱାରା ଶିକ୍ଷାର ମାନ କମୁଛି। ତାମିଲନାଡୁରେ ହନର୍ସ ନାହିଁ। ଏଠି ସବୁ ବିଭାଗରେ ହନର୍ସ। ସେଥିପାଇଁ ଶିକ୍ଷକଙ୍କ ଅଭାବ ରହୁଛି। ସବୁ ଚାହୁଁଛନ୍ତି କଲେଜ ଆମ ପାଖକୁ ଆସୁ। ଘର ପାଖରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟ କରିଦିଅ। ଏମିତିରେ ଶିକ୍ଷାର କିଛି ଲାଭ ହେବନି। ଦୂରକୁ ଯାଇ ପାଠ ପଢିବା ପାଇଁ ହଷ୍ଟେଲ ଅଛି। ଏମିତି ହେଲେ ଏକ୍ସପୋଜାର  ବଢ଼ିବ। ସମୟ ଆସିଛି କିଛି ଟ୍ରାନ୍ସଫରମେଟିଭ  ଚିନ୍ତା କରିବାକୁ। ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା କଥା। ବିଦେଶରେ ଅଷ୍ଟମ ପରେ ପାଠ ଛାଡ଼ି ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି। CBSE କୁ ଧନ୍ୟବାଦ ଗଣିତ ପାଇଁ ଦୁଇଟି ପେପର କଲା। ଯାହାର ଯେଉଁଥିରେ ଦକ୍ଷତା ରହିଛି, ସେ ସେଥିରେ ଭଲ କରିବ। ଯାହାର ଯେଉଁ ବିଷୟରେ ଭଲ ତାକୁ ପଢିବାକୁ ଦିଅ। ବିଜ୍ଞାନ ହେଉନି, ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢ଼ାନ୍ତୁ ନାହିଁ। ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି | 

0
0
0
s2sdefault