ହେଡଲାଇନସ୍:

ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଦନ୍ତଚିକିତ୍ସା ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛାତ୍ରଛାତ୍ରୀଙ୍କୁ ଶିଖାଗଲା ଦାନ୍ତକୁ ସୁସ୍ଥ ରଖିବାର କୌଶଳ ଓ ଉପାଦେୟତା 

ଭୁବନେଶ୍ୱର(ଶାସକ ପ୍ରଶାସକ): ମେଣ୍ଢାଶାଳ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭ୍ରାମ୍ୟମାଣ  ଦଳ-୨ ତରଫରୁ ପଟିଆ ପଦ୍ମକେଶରୀପୁର ଆଶ୍ରମ ସ୍କୁଲରେ  ତିନିଦିନିଆ ଦନ୍ତ  ଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି |

ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ  ଡାକ୍ତର  ଶୁଭ୍ରାଂଶୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଶିବିର ପରିଚାଳନା କରାଯାଇଥିଲା | କ୍ୟାପିଟାଲ  ହସ୍ପିଟାଲ ଭୁବନେଶ୍ୱର (ଡି.ଇ.ଆଇ.ସି)ର ଦନ୍ତ ଚିକିତ୍ସକ ଡାକ୍ତର ସଂଜିତ ନାୟକ  ଓ ଟେକନିସିଆନ ପବନ କୁମାର ଯୋଗ ଦେଇ ଶତାଧିକ ଛାତ୍ରଛାତ୍ରୀଙ୍କ ଦାନ୍ତ ପରୀକ୍ଷା କରିଥିଲେ | କେତେକ  ଛାତ୍ରଛାତ୍ରୀଙ୍କୁ ତତ୍କାଳ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଅଧିନସ୍ଥ ଡି.ଇ.ଆଇ.ସିରେ କେତେକ ବିଶେଷ ଚିକିତ୍ସା ପ୍ରଦାନ ଲାଗି ପଂଜିକୃତ କରାଯାଇଥିଲା ।ଏ ତିନିଦିନିଆ ଶିବିରରେ ଡାକ୍ତର ସଂଜିତ ନାୟକ  ଛାତ୍ରଛାତ୍ରୀଙ୍କୁ ଓରାଲ ହାଇଜିନ ସମ୍ପର୍କରେ ସଚେତନ କରାଇବା ସହ ଦିନରେ  ଦୁଇଥର ବ୍ରସ୍ କରିବାକୁ ପରାମର୍ଶ ଦେଇଥିଲେ ଏବଂ ପ୍ରୟୋଗମୂଳକ ଭାବେ ପ୍ରଦର୍ଶନ କରାଇଥିଲେ |  ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର  ଡ଼ଃ.ସ୍ମିଗ୍ଧା ତ୍ରିପାଠୀ ଓ ଷ୍ଟାଫନର୍ସ ସୋନମ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟ  ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଦାସ୍ ଓ ହଷ୍ଟେଲ ମାଟ୍ରନ ସନ୍ଧ୍ୟାରାଣୀ ମଲ୍ଲିକ ଉପସ୍ଥିତ ରହିବା ସହ ଆନୁସଙ୍ଗିକ ସହଯୋଗ ଯୋଗାଇ ଦେଇଥିଲେ |  ଡାକ୍ତର ସତ୍ୟନାରାୟଣ ଦାଶ  ଶିବିର ପରିଚାଳନା କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ | 

0
0
0
s2sdefault