ହେଡଲାଇନସ୍:

ଚିକିତ୍ସା ପାଇଁ ଯାଉଥିଲେ : ଅଧବାଟରୁ ଡାକିନେଲା କାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମର୍ମନ୍ତୁଦ ସଡକ ଦୁର୍ଘଟଣା ଚିକିତ୍ସା ପାଇଁ ଯାଉଥିବା ସ୍କର୍ପିଓ ଗାଡି ଦୁର୍ଘଟଣା

 ଚିକିତ୍ସା ପୂର୍ବରୁ ରୋଗୀ ଆର ପାରିକୁ,ଅଞ୍ଚଳରେ ଶୋକର ଛାୟା

ବାରିପଦା/ ଦିଲ୍ଲୀପ ମହାନ୍ତି  - ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡୁମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଘଟିଛି ବିଳମ୍ବିତ ରାତିରେ , ଏକ ସ୍କର୍ପିରେ ଝରାଡ଼ି ଅଞ୍ଚଳରୁ ଏକ ରୋଗୀକୁ କଟକ ବଡ ମେଡ଼ିକାଲକୁ ପରିବାରର ତିନି ଜଣ ସଦସ୍ୟ ନେଉଥିବା ବେଳେ  କରଞ୍ଜିଆ କୁଡୁମା ନିକଟରେ ଦୁର୍ଘଟଣା ଘଟିଥିଲା ।ସ୍କର୍ପିଓ ଟି ଦ୍ରୁତ ଗତିରେ ଆସି ଏକ ଗଛରେ ବାଡେଇ ହେବା ଫଳରେ  କଟକ ଯାଉଥିବା ଧନପତି ବେହେରା ନାମକ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର  ଆହତ ହୋଇଛନ୍ତି |  ସାଙ୍ଗରେ ଥିବା ସମେତ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକୋଟାପନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାତରଣ କରିଛନ୍ତି ଡାକ୍ତର ।ଦୁର୍ଘଟଣା ଟି ବିଳମ୍ବିତ ରାତିରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଦୁର୍ଘଟଣା ପରେ ସ୍କର୍ପିଓରେ ଯାଉଥିବା ଚାରିଜଣ ଯାକ ଗାଡି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାହା ଫଳରେ ଜୈନେକ ରୋଗୀଙ୍କ ମୃତ୍ୟୁ ହଇଥିବା ବେଳେ ଅନ୍ୟ ମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ କରଞ୍ଜିଆ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ମଧ୍ୟରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ  ମୃତକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ଝରାଡ଼ି (ବଡ଼ କେମଡ)ଗ୍ରାମର ବୋଲି ପରିଚୟ ମିଳିଛି  । ତେବେ  ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଥିଲା  ।

0
0
0
s2sdefault