ହେଡଲାଇନସ୍:

ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ପରିସରେ "ସଖୀ"  ( ୱାନ ଷ୍ଟପ ସେଣ୍ଟର) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନାରୀ ନିର୍ଯ୍ୟାତନା ଏଡ଼ାଇବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ “ସଖୀ”( ୱାନ ଷ୍ଟପ ସେଣ୍ଟର) ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ “ସଖୀ”(ୱାନ ଷ୍ଟପ ସେଣ୍ଟର) ର ପରିଚାଳିକା ଭାଗଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରର ଅନ୍ୟ ସହଯୋଗୀ ମାନେ କାଉନସିଲର ମିନା କୁମାରୀ ଟହୋଲ , ଦେବୀ ରଇତ , ମଞ୍ଜୁଳା ଚୌଧୁରୀ ଓ ରବୀନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚସୀନ ଅତିଥି ଭାବେ ଯୋଗ ଦେଇ" ସଖୀ"  ( ୱାନ ଷ୍ଟପ ସେଣ୍ଟର) ର  କାର୍ଯ୍ୟକାରିତା ସମ୍ପର୍କରେ କହି ପାରିବାରିକ ଘରୋଇ ହିଂସା , ଯୌତୁକ ନିର୍ଯ୍ୟାତନା ଓ  ମୃତ୍ୟୁ , ବଳାତ୍କାର , ବାଲ୍ୟ ବିବାହ  , କାର୍ଯ୍ୟସ୍ଥଳରେ ହଇରାଣ , ଶିଶୁ ଯୌନ ଉତ୍ପୀଡ଼ନ ଓ ଶୋଷଣ , ମହିଳା ଓ ଶିଶୁ ଚାଲାଣ ଓ ଅନ୍ୟାନ୍ୟ ହିଂସା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହି ସଚେତନ କରାଇଥିଲେ ।

   ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସୀତାରାମ ପ୍ରଧାନ ଓ ଡାଃ.ନଳିନୀ ସାବତ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଲରିଥିଲେ ।

0
0
0
s2sdefault