ହେଡଲାଇନସ୍:

କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରଳାଖେମୁଣ୍ଡି  ଠାରେ  କିନ୍ନର ମାନଙ୍କ ଅଧିକାର ସମେତ ନାଗରିକ ମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏହି ଶିବିରରେ ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ବଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ  କିନ୍ନର ମାନଙ୍କ ପାଇଁ  ଉଦ୍ଧିଷ୍ଟ ଥିବା ବିଭିନ୍ନ ଅଧିକାର ଆଇନ ସମ୍ପର୍କରେ କହିଥିଲେ ।

 ପ୍ରାଧିକରଣର ସମ୍ପାଦିକା ଦୀପା ଦାସ ଓ ସବଜଜ ବ୍ୟୋମକେଶ  ନାୟକ ପ୍ରମୁଖ ଯୋଗଦେଇ କିନ୍ନର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଅଧିକାର , ଶିଶୁ କନ୍ୟାର ମହତ୍ଵ ଓ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଉପରେ ରହିଥିବା  ଆଇନ ସମ୍ପର୍କରେ କହି ସଚେତନ କରାଇଥିଲେ ।

   ଏହି କାର୍ଯ୍ୟକ୍ରମରେ  କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ ,  ଏସଡିଜେଏମ- ଚନ୍ଦ୍ରହାସ ବେହେରା ଏବଂ ଜେଏମଏଫସି- ଅନୀଲ କୁମାର ଖଟାଇ ପ୍ରମୁଖ ମଞ୍ଚସୀନ କରିଥିଲେ। ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ମଧ୍ୟ ଉପସ୍ଥିତ ରହିଥିଲେ।

     ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ  ଜିଲ୍ଲା ପୋଲିସ ଅଧିକାରୀ , ଜିଲ୍ଲା ଓକିଲ ସଂଘର ସଦସ୍ୟ ଗଣ ଏବଂ ଜିଲ୍ଲାରେ ବସବାସ  କରୁଥିବା କିନ୍ନର ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ନିଜ ନିଜର ମତାମତ ଦେଇଥିଲେ ।

   ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault