ହେଡଲାଇନସ୍:

"ପଞ୍ଚୟତିରାଜ ପ୍ରତିନିଧିମାନେ କୃଷକମାନଙ୍କୁ ସଚେତନ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିପାରିବେ' :ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"କୃଷି ଓଡ଼ିଶା-୨୦୨୦'ର ତୃତୀୟ ସନ୍ଧ୍ୟା 

"ପଞ୍ଚାୟତ ସମିତି ସ୍ତରରେ କୃଷି ନିମନ୍ତେ ସ୍ୱତନ୍ତ୍ର ବୈଠକ କରାଯିବ'

ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତି ସ୍ତରରେ କୃଷିର ଉନ୍ନତି ସଂପର୍କରେ ସ୍ୱତନ୍ତ୍ର ବୈଠକ କରାଯିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତିା ଏହି ସ୍ୱତନ୍ତ୍ର ବୈଠକରେ କୃଷି ବିଭାଗର ଅଧିକାରୀଙ୍କ ସମେତ ଉଦ୍ୟାନକୃଷି, ମୃତ୍ତିକାସଂରକ୍ଷଣ ଓ ଜଳଛାୟା ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ସମବାୟ, ବିଦ୍ୟୁତ  ଓ ଅନ୍ୟ କୃଷି ସଂପକ୍ତ ବିଭାଗଗୁଡ଼ିକୁ ସାମିଲ କରାଯାଇ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ମୃର୍ତ୍ତିକା ଓ ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖୀ  କୃଷିକାର୍ଯ୍ୟ କରାଯାଇପାରିବା 

ଆଜି ଜନତା ମଇଦାନରେ "କୃଷି ଓଡ଼ିଶା-୨୦୨୦'ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ ରାଜ୍ୟର ମୋଟ ଲୋକସଂଖ୍ୟାର ଏକ ବୃହତ୍ ଭାଗ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଜୀବନଜୀବିକା ନିର୍ବାହ କରୁଥିବା ଓ କୃଷକମାନେ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ନିମନ୍ତେ ଅନେକଗୁଡ଼ିଏ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଛନ୍ତିା ଏହି ଯୋଜନାଗୁଡ଼ିକ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ଓ ଉନ୍ନତ ଚାଷ ପ୍ରଣାଳୀ ସଂପର୍କରେ ସଚେତନ କରାଇବା ଦିଗରେ ପଞ୍ଚୟତିରାଜ ଜନପ୍ରତିନିଧିମାନେ ବିଶେଷ ଭୂମିକା ଗ୍ରହଣ କରିପାରିବୋ ବିଗତ ଦୁଇଦଶନ୍ଧି ମଧ୍ୟରେ ଓଡ଼ିଶାରେ କୃଷି ବିଶେଷ ସଫଳତା ହାସଲ କରି ଅନେକବାର ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାବେଳେ ପଞ୍ଚାୟତିରାଜ ଜନପ୍ରତିନିଧିଙ୍କର ସକ୍ରିୟ ଭୂମିକା ଓଡ଼ିଶାର କୃଷିକୁ ଆଉ ଦୁଇପାଦ ଆଗକୁ ନେଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲୋ ଏଥି ସହିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ସହିତ ଏହାର ବିପଣନ ଦିଗରେ ଓରମାସ୍ ବିଶେଷ ଭୂମିକା ଗ୍ରହଣ କରିଛି ବୋଲି କହିଥିଲୋ 

ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ କୃଷି କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଥିବାବେଳେ ରାଜ୍ୟ ସରକାର ଫସଲର ବିବିଧତା ଉପରେ ଗୁରୁତ୍ୱ ଦେଉଛନ୍ତିା ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଓ ଏହାକୁ ଉପଯୁକ୍ତ ମୂଲ୍ୟରେ ବିକି୍ରକରି କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ବିଭାଗ ପଦକ୍ଷେପ ନେଉଥିବାବେଳେ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କର ଏ ଦିଗରେ ଅର୍ଥପୂର୍ଣ୍ଣ ଯୋଗଦାନ ରହିଛିା ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ ମିଶନ, ଜନଜାତି ଅଧ୍ୟୁଷିତ ୧୪ଟି ଜିଲ୍ଲାର ୭୦ଟି ବ୍ଲକ୍ରେ ମାଣ୍ଡିଆ ଚାଷରେ ଅପାର ସଫଳତା ଲାଭ କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟରେ ପ୍ରାୟ ସବୁପ୍ରକାର ଫସଲ, ଫଳ, ପନିପାରିବା ଆଦି ଉତ୍ପାଦନ କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି ଏବଂ ଓଡ଼ିଶାର ଚାଷୀମାନେ ଏ ଦିଗରେ ସଫଳତା ମଧ୍ୟ ହାସଲ କରିଛନ୍ତିା ତେବେ ସଫଳତାକୁ ପାଥେୟ କରି ବହୁସଂଖ୍ୟାରେ ଚାଷୀମାନେ ଯେପରି ଏହି ସବୁ ଚାଷ ପାଇଁ ଆଗେଇ ଆସିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଆବଶ୍ୟକ ଓ ଏଥି ନିମନ୍ତେ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଶେଷଜ୍ଞ ଅଧିକାରୀ ନିଯୁକ୍ତି ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଥିଲୋ 

ଉତ୍ସବରେ ଆପିକଲର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି  ଭାବେ ଯୋଗଦେଇ ଆପିକଲର କାର୍ଯ୍ୟକ୍ରମ ଓ କାଜୁ ଉନ୍ନୟନ ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲୋ 

ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍. ତିରୁମାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଂଫଳତା ହାସଲ କରିଥିବା ୩୦ ଜଣ ସଫଳ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲାା 

0
0
0
s2sdefault