ହେଡଲାଇନସ୍:

ଦଶମ ଚାଲେଞ୍ଜର  କପ କ୍ରିକେଟ ଟୁଣ୍ଡାମେଂଟ ଉଦ୍ଘାଟିତ :ସେମିଫାଇନାଲରେ ସିଂହନପୁର ଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାରି ଦିନ ବ୍ୟାପି ଚାଲିଥିବା ଦଶମ ଚ୍ୟାଲେଂଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଂଟ ବୁଧବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ ଉଦଘୀଟନୀ ପର୍ବ ଅନୁଷ୍ଠିତ  ହୋଇଥିଲା । ଏଥିରେ ଡା.ଦିଲିପ କୁମାର ଭୋଇ ମୁଖ୍ୟ ଅତିଥି, ଡା.ଡମ୍ବରୁଧର ଦେବତା, ଡା. ସୁବ୍ରତ କୁମାର ନାୟକ ଓ ଡା.ତାରାକାନ୍ତ ସାହୁ ସମ୍ମାନୀତ ଅତିଥି  ଭାବେ ଯୋଗଦେଇ କ୍ରିଡା ପତାକାକୁ ଉତ୍ତୋଳନ  କରିବା ସହ କ୍ରିକେଟ ଖେଲର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଯାପନୀ ଦିନରେ ୪ଗୋଟି ମ୍ୟାଚ ଅନୁଷ୍ଠିତ  ହୋଇ ସିଂହନପୁର ଦଳ ପ୍ରଥମ ସେମିଫାଇନାଲ ଦଳ ଭାବେ ପ୍ରବେଶ କରିଥିଲେ । ପ୍ରଥମ ମ୍ୟାଚ ଦିପ୍ତିପୁର ଓ ଘନାମାଳ ମଧ୍ୟରେ ଅନୁଷ୍ଠିତ ହୋଇ ଦିପ୍ତିପୁର ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଭେଉଁରିଆ ଓ ଅମାପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଭେଁଉରିଆ ଦଳ ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ ସିଂହନପୁର ଓ ବୁଢିମାଲ ମଧ୍ୟରେ ଅନୁଷ୍ଠିତ ହୋଇ ସିଂହନପୁର ଦଳ ବିଜୟୀ ହୋଇଥିଲେ । ସେହିପରି ୨ୟ ଓ ୩ୟ ବିଜୟୀ ଦଳ ସିଂହନପୁର ଓ ଭେଉଁରିଆ ମଧ୍ୟରେ କ୍ବାର୍ଟର  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ସିଂହନପୁର ଦଳ ପ୍ରଥମ ସେମିଫାଇନାଲକୁ ପ୍ରବେଶ କରିଛି । ମ୍ୟାଚ ଗୁଡିକୁ ଶିବୁନ ଭୋଇ, ସଚିନ ମହାନନ୍ଦ, ପପୁନ ପଣ୍ଡା, ଶୁଭମ ସାହୁ ଓ ଟୁନା ବାରିକ ପରିଚାଳନା କରିଥିବା ବେଳେ ଅମନ ଭୋଇ ଓ ଲକ୍ଷ୍ମଣ ମହାନନ୍ଦ ସ୍କୋରିଙ୍କ ଦାୟିତ୍ୱ ତୁଲାଇଥିଲେ । ମ୍ୟାଚ ଗୁଡିକର ଧାରା ବିବରଣୀ କିଶୋର ବଗାର ଓ ପିଙ୍କୁ ମହାନନ୍ଦ ପ୍ରଦାନ କରିଥିବା ବେଳେ ଗୁଡୁ ଦେବତା କାର୍ଯ୍ୟକ୍ରମ ସବୁକୁ ସ୍ୱତନ୍ତ୍ର ଭାବେ ପରିଚାଳନା କରୁଥିଲେ । ଅଂଚଳର ହଜାର ସଂଖ୍ୟାରେ କ୍ରିକେଟ ପ୍ରେମି ମ୍ୟାଚ ଗୁଡିକୁ ଉପଭୋଗ କରିଥିଲେ ।

 

0
0
0
s2sdefault