ହେଡଲାଇନସ୍:

ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜଟେସିଂହା ଦଳ ଚମ୍ପିଆନ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସଂହା ଖେଳ ପଡିଆରେ ଛଅ ଦିନ ଧରି ଚାଲିଥିବା ପ୍ରଥମ ବର୍ଷ   ମା ମହେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ସମ୍ପନ୍ନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଉଫୁଲା ଦଳକୁ ହରାଇ ଜଟେସିଂହା ଦଳ ଚମ୍ପିଆନ୍ ହୋଇଅଛି । ଆଜିର ମ୍ୟାଚଟି ତିନୋଟି ଫର୍ମାଟ ରେ ଖେଳ ହୋଇଥିଲା । ପ୍ରଥମ ମ୍ୟାଚରେ ଉଫୁଲା ଦଳ ଟଚ୍ ଜିତି ୧୨  ଓଭରରେ ସମସ୍ତ ଉଇକେଟ ହରାଇ  ୧୧୨ ରନ୍ କରିଥିଲା । ଜବାବରେ ଜଟେସିଂହା ଦଳ ସମସ୍ତ ଉଇକେଟ ହରାଇ ୫୧ ରନ୍ ସଂଗ୍ରହ କରିଥିଲା ।ଦ୍ବିତୀୟରେ ଫର୍ମାଟ ରେ ଉଫୁଲା ଦଳ ୬ ଓଭରରେ ୨ ଉଇକେଟ ହରାଇ ୬୮ ରନ କରିଥିଲା । ଜବାବରେ ଜଟେସିଂହା ଦଳ ୮ ଉଇକେଟ ହରାଇ ଅବଶିଷ୍ଟ ରନ ସଂଗ୍ରହ କରିଥିଲା । ତୃତୀୟ ଫର୍ମାଟ ର ସୁପର ଦୁଇ ରେ ଜଟେସିଂହା ଦଳ ଟଚ୍ ଜିତି ପ୍ରଥମେ ଫିଲଡିଙ୍ଗ୍ ର ନିସ୍ପତି ନେଇଥିଲା । ଫଳରେ ଉଫୁଲା ଦଳ ୨ ଓଭରରେ ୧୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଜଟେସିଂହା ଦଳ ୧.୧ ଓଭରରେ ଅବଶିଷ୍ଟ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ଅପରାହ୍ନ ସମୟରେ ପୁରସ୍କାର ବିତରଣ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଜଟେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରିପୃରାରୀ ରଥ ,ରାଜେଶ ପାଣିଗ୍ରାହୀ ଓ ସମାଜସେବୀ ସହଦେବ ମହାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଜଟେସିଂହା ଦଳକୁ ଟ୍ରଫି ସହ ୫୫୫୫ ଟଙ୍କା ଓ ରନର୍ସ ଉଫୁଲା ଦଳକୁ ୩୩୩୩ ଟଙ୍କା ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ଜଟେସିଂହା ଦଲର ମିଳୁ ସେଠୀ,  ମ୍ୟାନ ଅଫ ଦି ସିରିଜ୍ ଜଟେସିଂହା ଦଳର ପ୍ରକାଶ ବେହେରା ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆଲୋକ ପଣ୍ଡା ଓ ଝାଣ୍ଟୁ ବେହେରା ଖେଳ ପରିଚାଳନା କରିଥିଲେ । ଅମରେଶ ଚନ୍ଦ୍ର ପଣ୍ଡା ଓ ପ୍ରଶାନ୍ତ ମାଝୀ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ତେଜାବ୍ ଦେହୁରୀ ସ୍କୋର ଦାଇତ୍ବ ତୁଲାଇଥିଲେ । ଆଶିଷ ବିଶ୍ବାଲ, ପିଣ୍ଟୁ ମାଝୀ, ବଳରାମ ସାହୁ, ସୁଧିର ପାଣିଗ୍ରାହୀ  ସୁରେନ୍ଦ୍ର ପଧାନ  ,ସୂର୍ଯ୍ୟ ନାରାୟଣ ପଧାନ  ଓ କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault