ହେଡଲାଇନସ୍:

ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀ  ବନ୍ଧୁମିଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ)  ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ ଟିକିରି ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀ ତରଫରୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । କଂପାନୀର ଜେନେରାଲ ମ୍ୟାନେଜର ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଉତ୍କଲ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀର ଲୋକ ସଂପର୍କ ଅଧିକାରୀ ପ୍ରଣବାନନ୍ଦ ଦାସ । ଏହି ଅବସରରେ ନିମନ୍ତ୍ରୀତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ । ପ୍ରଥମେ ଜାତୀୟ ସଂଗୀତ ଗାନ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉତ୍କଳ  ଆଲୁମିନା କଂପାନୀର ସୌମ୍ୟ ଡାଲୁଆ ହିଣ୍ଡାଲକୋ କଂପାନୀ ସଂପର୍କରେ ପାୱାର ପ୍ଲେ ମାଧ୍ୟମରେ ପ୍ରଦର୍ଶନ କରାଇବା ସହ ବର୍ତମାନ କଂପାନୀ ଆଲୁମିନା ଏବଂ ତମ୍ବା ଉତ୍ପାଦନରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ପ୍ରକାଶ କରିଥିଲେ । ୨୦୨୦ ବର୍ଷ ପାଇଁ କଂପାନୀ ରାୟଗଡା ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକ ମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରି କେଉଁ କେଉଁ କାର୍ଯ୍ୟ ସବୁ ସଂପାଦନ କରିବା ସେ ନେଇ ତାଲିକା ପ୍ରସ୍ତୁତ କରିଥିବା ଡଃ.ଲୋପାମୂଦ୍ରା ପ୍ରିୟଦର୍ଶିନୀ ପ୍ରକାଶ କରିଥିଲେ । ଏଥି ସହ ଖୁବ ଶୀଘ୍ର ସାମ୍ବାଦିକ ଓ ତାଙ୍କ ପରିବାର ମାନଙ୍କ ନିମନ୍ତେ ଏକ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ ସହ ଏକ ସେମିନାରର ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ ଡଃ. ଲୋପାମୂଦ୍ରା ପ୍ରିୟଦର୍ଶିନୀ । ଏଥି ସହ ବିଭିନ୍ନ ସଂଘର ସଭାପତି ଏବଂ ବରିଷ୍ଠ  ସାମ୍ବାଦିକ ମାନେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଏହି ବନ୍ଧୁମିଳନରେ ରାୟଗଡର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault