ହେଡଲାଇନସ୍:

ଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି - ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଞ୍ଚଳବାସୀ। ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଳେଶ୍ବର ମୁଖ୍ୟ ୬୧ନଂ ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ସଡକ ଦୁର୍ଘଟଣାରେ କାଲା ମାରାଣ୍ଡି ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ସମ୍ପର୍କୀୟଙ୍କ ଘରୁ ନିଜ ଘର ଶଙ୍ଖାଭଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ଶଢେଇକଳାକୁ ମଟରସାଇକେଲ ଯୋଗେ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଶଙ୍ଖାଭଙ୍ଗା ଛକ ନିକଟରେ ଧକ୍କା ଦେଇଥିଲା । ରାତି ଅଧରେ ହୋଇଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ତେବେ ଆଜି ସକାଳୁ ଶଙ୍ଖାଭଙ୍ଗା ଗ୍ରାମବସୀ ରାସ୍ତା କଡରେ କଲା ମାରାଣ୍ଡି ଙ୍କ ମୃତ ଶରୀର ଏବଂ ମଟରସାଇକେଲଟି ପଡିଥିବାର ଦେଖି ବାରିପଦା ସଦରଥାନାକୁ ଖବର ଦେଇଥିଲେ । ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ଦୁର୍ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault