ହେଡଲାଇନସ୍:

ଅମିତାଭ ସ୍ମାରକୀ କ୍ରିକେଟ୍: ଫୁଲବାଣୀ ସେମିରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରାଠାରେ ଚାଲିଥିବା ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫୁଲବାଣୀ ଦଲ ସେମିଫାଇନାଲ କୁ ପ୍ରବେଶ କରିଛି ।  ଆଜି ପ୍ରଥମ ମ୍ୟାଚରେ ବାଗଡିଆ ଓ ଫୁଲବାଣୀ ମଧ୍ୟରେ ହୋଇଥିଲା । ଏଥିରେ ବାଗଡିଆ ୧୫ ଓଭରରେ ୮ ଉଇକେଟ ହରାଇ ୧୦୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଫୁଲବାଣୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୦୩ ରନ୍ ସଂଗ୍ରହ କରି ବିଜୟ ହୋଇଥିଲା । ଦ୍ବିତୀୟରେ ମ୍ୟାଚ ରେ  ବୌଦ୍ଧ ଓ ଫୁଲବାଣୀ ମଧ୍ୟରେ ହୋଇଥିଲା । ଏଥିରେ ଫୁଲବାଣୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୪୦ ରନ୍ କରିଥିଲା । ଜବାବରେ ବୌଦ୍ଧ ଦଳ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୧ ରନ୍ କରି ପରାସ୍ତ ହୋଇଥିଲା । ଫଳରେ ଫୁଲବାଣୀ ଦଳ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଅଛି । ଅପରାହ୍ନ ରେ ପୁରସ୍କାର ବିତରଣ ଉତ୍ସବରେ ଲୁତୁରପଙ୍କ ସମିତି ସଭ୍ଯ ତଥା ସମାଜସେବୀ ଲବ କୁମାର ସାହୁ ମୁଖ୍ଯ ଅତିଥି ଓ ପୂର୍ବତନ ଜିଲାଜିଲାପରିଷଦ ରାଜଗୋପାଳ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉମାଶଙ୍କର ହୋତା ଓ କାବୁନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

0
0
0
s2sdefault