ହେଡଲାଇନସ୍:

ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ନେଇ 10 ରାଜ୍ୟ-4600 କିମି ପଦଯାତ୍ରା ବୁଲି ସାରିଲେଣି ଧିଲୋନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର:  ''ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ 6500 କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ 10 ଟି ରାଜ୍ୟ ଓ 4600 କିଲୋମିଟର ପଦଯାତ୍ରା ଶେଷକରି ଏବେ ଓଡିଶା ରାଜ୍ୟ ମଧ୍ୟରେ ତାଙ୍କର ପଦଯାତ୍ରା ଜାରିରଖିଛନ୍ତି । ଓଡିଶା ପଦଯାତ୍ରାର ଏହିକ୍ରମରେ ଶ୍ରୀ ଧିଲୋନ ଆଜି ଦିନ 1 PM ସମୟରେ ଭୁବନେଶ୍ୱରରେ ଆସି ପହଞ୍ଚି ଥିଲେ । ପଦଯାତ୍ରୀ ଶ୍ରୀ ଧିଲୋନ ଏହି ଅବସରରେ ଇଭିଏମ ବ୍ୟବହାରର ଭୟାବହତା ଓ  ପଦଯାତ୍ରାର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ।

ଶ୍ରୀ ଧିଲୋନ ଙ୍କର ଆଗାମୀ ଗସ୍ତକ୍ରମ ଅନୁଯାୟୀ ଓଡ଼ିଶାରେ ତାଙ୍କର ପଦଯାତ୍ରା ଶେଷକରି ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ ଦେଇ ଦିଲ୍ଲୀ ର ରାଜଘାଟରେ ଏହି ପଦଯାତ୍ରାର ସମାପନ କରିବାର କାର୍ଯ୍ୟକ୍ରମ ରହିଅଛି ।।  

0
0
0
s2sdefault