ହେଡଲାଇନସ୍:

ଗୁଣି ଗାରେଡି ସନ୍ଦେହ:  ପୁଣି ଏକ ମୁଣ୍ଡ ଗଡ଼ିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )--: ଆଜିର ସମାଜରେ ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ସେହି ଅନୁସାରେ ସମୟ ସହିତ ତାଳଦେଇ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଜନସାଧାରଣଙ୍କ ମୁଣ୍ଡରେ ବସାବାନ୍ଧି ରହିଛି । ମୟୂରଭଞ୍ଜ ଜିଲ୍ଲାରେ ଏହି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ପାଇଁ ପ୍ରତ୍ୟେକ ବର୍ଷ ଏକାଧିକ ମହିଳା ଓ ପୁରୁଷଙ୍କ ମୁଣ୍ଡ ଗଡୁଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଡଜାମଦା ଗ୍ରାମରେ । ଗତ ଜାନୁଆରୀ ୧୧ ଶନିବାର ବିଳମ୍ବିତ ରାତିରେ  ବଡ଼ଜାମଦା ଗ୍ରାମର  ଟିକା ନାଏକ ହତ୍ୟାକାଣ୍ଡ ଘଟଣା ଉପରୁ ହଟିଛି ପରଦା ।   ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ସତ୍ୟ ଲୋକଲୋଚନକୁ ଆସିଛି । ବିଶୋଇ ଥାନା   ପୁଲିସ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବଦ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଯୁବକ ବଡ଼ ଜାମଦା ଗ୍ରାମର କୃଷ୍ଣ ନାଏକଙ୍କ ପୁଅ ପାଣ୍ଡୁ ନାଏକ ବୋଲି ଜଣାପଡିଛି ।  ପ୍ରାୟ ବର୍ଷେ ପୂର୍ବରୁ ପାଣ୍ଡୁର ବାପା କୃଷ୍ଣଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା ଓ ଏହା ଗୁଣି ଗରେଡି ଜନିତ ମୃତ୍ୟୁ  ବୋଲି ପାଣ୍ଡୁର ମୁଣ୍ଡ ଭିତରେ ଭୁତ ବସା ବାନ୍ଧିଥିଲା ।  ଏଥିସହିତ ବାପାର ମୃତ୍ୟୁ ହେବା ପଛରେ ଟିକାର ହାତ ଥିବା ସନ୍ଦେହ କରି ତାକୁ ରାସ୍ତାରୁ ହଟାଇ ଦେବା ନିମନ୍ତେ ସୁଯୋଗ  ଅପେକ୍ଷାରେ ଥିଲା ଏବଂ ଗତ ଜାନୁଆରୀ ୧୧ ଶନିବାର ରାତିରେ ସୁଯୋଗ ପାଇ ହତ୍ୟାକାଣ୍ଡ ଭିଆଇ ଥିଲା । ଏହି ହତ୍ୟାକାଣ୍ଡରେ ତାର  ସାଙ୍ଗ ବଡ଼ଜାମଦା ଗ୍ରାମର ବିକାଶ ସେଠୀ ସହଯୋଗ କରିଥିବାର ଅଭିଯୁକ୍ତ ପାଣ୍ଡୁ  ପୁଲିସ ନିକଟରେ ସ୍ୱୀକାର  କରିଛି । ଅଭିଯୁକ୍ତ ପାଣ୍ଡୁର ସ୍ୱାସ୍ଥ୍ୟ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

0
0
0
s2sdefault