ହେଡଲାଇନସ୍:

ପଦ୍ମପୁର ପୋଲିସର ଚଢ଼ାଉ :25 kg ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, 3 ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଭିନ୍ନ ପ୍ରକାରର ନିଶା ଆଜି ଯୁବ ସମାଜକୁ ପଥ ଭ୍ରଷ୍ଟ କରୁଛି । ଦିନକୁ ଦିନ ନୂଆଁ ନୂଆଁ ନିଶା ସାମଗ୍ରୀ କଳାବଜାର ରେ ପ୍ରବେଶ କରୁଥିବା ବେଳେ ପୁରୁଣା ଓ ପାରମ୍ପରିକ ନିଶା ଦ୍ରବ୍ୟ ର ଚାହିଦା ମଧ୍ୟ ବହୁ ପରିମାଣ ରେ ବଢି ଯାଇଛି । ବଜାରର ଚାହିଦା ଓ ପୋଲିସ ର ଧରପଗଡ଼ ଭିତରେ ନିଶାର କଳା ବଜାରୀ ମାନେ ବେଶ ଲାଭବାନ ହେଉଛନ୍ତି । ପୋଲିସ ମଧ୍ୟ ନିଶା କରବରୀ ମାନଙ୍କ ଉପରେ ବାରମ୍ବାର ଚଢ଼ାଉ କରୁଛି ହେଲେ ନିଶା କାରବାର ର ଲାଭ ନିଶା ବ୍ୟବସାୟୀ ମାନଙ୍କୁ ବାରମ୍ବାର ସେହି କାରବାର କରିବା ପାଇଁ ଉତ୍ସାହିତ କରୁଛି ।

       ଆଜି ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ଯେ ପଦ୍ମପୁର ଗାଇସିଲେଟ ରାସ୍ତାରେ ଏକ ସ୍କୁଟି ରେ 2 ଜଣ ବ୍ୟକ୍ତି ଗଞ୍ଜେଇ ନେଇ ଯାଉଥିବା ସମୟରେ ପଦ୍ମପୁର ରେ କାର୍ଯରତ SI ଶ୍ରୀ  S R ପାତ୍ର ଓ ପୋଲିସ ର ଅନ୍ୟାନ୍ୟ କର୍ମଚାରୀ ମାନେ ଉକ୍ତ ସ୍କୁଟି ଚାଳକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ଅଜିତ କୁମାର ସାହୁ (30) ଓ  ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନା ଅଂଚଳର ସୁନୀଲ ନନ୍ଦ (23) କୁ କାବୁ କରି ତାଙ୍କ ନିକଟରୁ  21kg 720ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ପଦ୍ମପୁର ଥାନାରେ କେଶ ନମ୍ବର 07/20 ଧାରା U/s 20(b)(i i)(c)NDPS ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ସେହିଭଳି ବିଜେପୁର ପୋଲିସ ଖରମୁଣ୍ଡା ଗ୍ରାମର ସୁଦାମ ସେଠ (35)କୁ ଗିରଫ କରି ଅଭିଯୁକ୍ତ ସୁଦାମ ନିକଟରୁ ପୋଲିସ 03 kg ଗଞ୍ଜେଇ ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ SDPO ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

0
0
0
s2sdefault