ହେଡଲାଇନସ୍:

ନିର୍ମାଣାଧୀନ ପୋଲ ରୁ ଖସି ପଡ଼ିଲା ଗାଡର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମରେ ଅଙ୍ଗ ନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ର ଏକ ଗାଡର ଆଜି ସନ୍ଧ୍ୟା ବେଳେ ଖସି ପଡିଥିଲା । ଏହି ଘଟଣାରେ କୋଣସି ବ୍ୟକ୍ତି ବିଶେଷ ଙ୍କର କିଛି କ୍ଷତି ହେଇନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ ରେ ଏହି ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିଲା । ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଗାଡର କୁ ଟେକି ରଖିଥିବା ଗୋଟେ ପଟର ଜେକ ଭାଙ୍ଗି ଯିବାରୁ ଗାଡର ଟି ତଳକୁ ପଡି ଯାଇଥିବା ଜଣା ପଡୁଛି । ଅବଶ୍ୟ ଦାଇତ୍ୱ ରେ ଥିବା ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞ ମାନେ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରିବା ପରେ ଗାଡର ଖସି ପଡିବାର ପ୍ରକୃତ କାରଣ ଜଣା ପଡିବ ।

0
0
0
s2sdefault