ହେଡଲାଇନସ୍:

ଟି ପି ସାଓ ଖଣିରୁ ଲୁହାପଥର ଚୋରି : ୫୫ ଟନ ସାଇଜ ଓର ବୋଝେଇ ୨ ଟ୍ରକ ଜବତ, ୩ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରୁଗୁଡି/ବଡ଼ବିଲ (ଶାସକ ପ୍ରଶାସକ) ରୁଗୁଡି ଥାନା ଅନ୍ତର୍ଗତ ଟି ପି ସାଓ ଲୁହାପଥର ଖଣିରୁ ୫/୧୮ ସାଇଜ ଓର ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଦୁଇଟି ଟ୍ରକକୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ୩ ଜଣ ହେଲେ ଝାଡଖଣ୍ଡ ଦେଓଘାଟ ଅଞ୍ଚଳର ନିୟାଜ ଅନସାରି, ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଜୟଦେବ ମୁଦି ଓ ସମୀର ବରୁଇ। ଅଭିଯୁକ୍ତମାନେ ଟ୍ରକ ଦୁଇଟିରେ ନକଲି ନମ୍ବର ପ୍ଲେଟ ଲଗାଇ ଟି ପି ସାଓ ଖଣିରୁ ବୋଝେଇ କରି ଥିବାର ଜଣାପଡିଛି। ଜବତ ୧୨ ଚକିଆ ଟ୍ରକ ନଂ ଡବ୍ଲୁବି୫୯ବି ୯୯୧୦ରେ ୩୦ ଟନ ଓ ୧୦ ଚକିଆ ଟ୍ରକ ନଂ ଡବ୍ଲୁବି୩୭ଡି ୩୪୯୫ରେ ୨୫ ଟନ ଲୁହାପଥର ବୋଝେଇ ଥିବା ରୁଗୁଡି ଥାନାଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୫,୬୦୦ ଟଙ୍କା ଓ ୩ଟି ମୋବାଇଲକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି।

 

0
0
0
s2sdefault