ହେଡଲାଇନସ୍:

ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ପଲସ୍  ପୋଲିଓ-୨୦୨୦  କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । 

ଚଳିତ ଜାନୁଆରୀ ମାସର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପଲସ୍ ପୋଲିଓ କାର୍ଯ୍ୟକ୍ରମରେ ମୁଖ୍ୟତଃ ୫ ବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯିବ ।ଏହି ଜିଲ୍ଲାସ୍ତରୀୟ ବୈଠକରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ଶେଷ ହେବା ଉପରେ ସମୀକ୍ଷା କରାଯାଇଥିଲା । ଏହି ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ  ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେତେବେଳେ ମୋଟ ୭୩,୭୦୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆ ଯାଇଥିଲା । ଅନ୍ୟ ପକ୍ଷରେ ଏଥି ନିମନ୍ତେ ଆବଶ୍ୟକୀୟ ଥିବା ସମସ୍ତ ଉପକରଣ ମଧ୍ୟ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଇଥିଲା ।

   ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଏଥିପାଇଁ ମୋଟ ୫୩୪ ଟି ଦଳ ଏବଂ  ୨୯ ଟି ଭ୍ରାମ୍ୟମାଣ ଦଳ ଏହି ଟୀକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ କାର୍ଯ୍ୟ କରିବେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ମଞ୍ଚାସୀନ ରହି  ଆଗାମୀ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ  ବିସ୍ତୃତ ଆଲୋଚନା କରି ସମସ୍ତ ତଥ୍ୟ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମ୍ବିତ ପ୍ରଧାନ ଉପସ୍ଥିତ ରହି  ପଲସ୍ ପୋଲିଓ କାର୍ଯ୍ୟକ୍ରମ ସମ୍ପର୍କରେ  ପ୍ରୋଜେକ୍ଟର ମାଧ୍ୟମରେ  ବିଭିନ୍ନ ତଥ୍ୟ ପ୍ରଦର୍ଶନ କରାଇ ସୂଚନା ପ୍ରଦାନ କରିଥିଲେ ।

     ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ.ଏମ:ଏମ:ଅଲ୍ଲୀ , ଜିଲ୍ଲା  କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ , ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାଃ ରବି ନାରାୟଣ ଦାସ ,  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ .ପ୍ରଦୀପ କୁମାର ପାତ୍ର , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡାଃ . ଛନ୍ଦା କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗ ଉପ-ପରିଚାଳକ ସୁଶାନ୍ତ ପ୍ରସାଦ ନାୟକ ସଞ୍ଚାଳନ ତଥା ଉପସ୍ଥାପନା କରିଥିବା ବେଳେ ଶ୍ରୀ ଶୁରେଶ କୁମାର ଜେନା  ପ୍ରମୁଖ ସହଯୋଗ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠି ଓ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault