ହେଡଲାଇନସ୍:

୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୨୦୧୯/୨୦ ଦିନ ମ୍ୟାଚ : ଏମ୍ଏସ୍ସି କେସ୍ତପଡ଼ାକୁ ହରାଇ ୮୫ରନରେ  ରାଏ ଓଡ଼ଗାଁ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ  ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ର ୨ୟ ଦିନର ମ୍ୟାଚ୍ ଏମଏସସି କେସ୍ତପଡ଼ା ଓ ରାଏ ଓଡ଼ଗାଁ ମଧ୍ୟରେ  ଅନୁଷ୍ଠିତ  ହୋଇଥିଲା । ଟସ୍ ଜିତି ରାଏ ଓଡ଼ଗାଁ ପ୍ରଥମେ ବ୍ୟାଟିଙ୍ଗ୍ କରି ନିର୍ଦ୍ଧାରିତ ୧୯.୪ ଓଭରରେ ୧୬୫ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ରାଏର ଜ୍ୟୋତିପ୍ରକାଶ ମାଝି ୨୪ ବଲରେ ୪୬ରନ ସଂଗ୍ରହ କରିଥିଲେ । ୨ୟ ଇନିଙ୍ଗସ୍ ରେ ଏମ୍ଏସ୍ସି କେସ୍ତପଡ଼ା ୧୬.୨ ଓଭରରେ ମାତ୍ର  ୮୦ ରନ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ୨ୟଦିନ ମ୍ୟାଚ୍ ରେ ଗଣମାଧ୍ୟମର ପ୍ରତିନିଧି ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ । ଅନିଲ କୁମାର ପଟ୍ଟନାୟକ, କିଶନଦେବ ମହାରଣା, ଆଶିଷ୍ କୁମାର ନାୟକ, କିଶୋରଦେବ ପ୍ରମୁଖ ଆଜିର ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ରଘୁନାଥ କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା  ସମ୍ପାଦକ ଦିବାକର ନାୟକ ଖେଳାଳିମାନଙ୍କୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଆଜିବନ ସଦସ୍ୟ  ପ୍ରକାଶ ମିଶ୍ର, ଅନ୍ୟମାନେ ଉପସ୍ଥିତ ଥିଲେ । ମଙ୍ଗଳବାର ଦିନ ଆଙ୍ଗିସିଙ୍ଗି ଏବଂ ରାଏ  ଓଡ଼ଗାଁ ବି ମଧ୍ୟରେ ୩ୟ ଦିନର ମ୍ୟାଚ୍ ଖେଳାଯିବ । 

0
0
0
s2sdefault