ହେଡଲାଇନସ୍:

ଉତ୍କଳ   ଆଲୁମିନାରେ ସୁରକ୍ଷା ମକ୍ ଡ୍ରିଲ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ (ଡିସିଜି)ର ନିଷ୍ପତିକୁ ପାଳନ କରି ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ)ର ଆଲୁମିନା ରିଫାଇନାରି କାରଖାନାରେ ଆଜି ଏକ ସମ୍ପୂର୍ଣ୍ଣ ସୁରକ୍ଷା ମକ୍ ଡ୍ରିଲ  (ସୁରକ୍ଷା ଅଭ୍ୟାସ) ଅନୁଷ୍ଠିତ  ହୋଇଯାଇଛି । ବିଭିନ୍ନ ପ୍ରକାର ଜରୁରୀକାଳୀନ ପରିସ୍ଥିତି ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବା ଏବଂ ଶିଳ୍ପ ଦୁର୍ଘଟଣାରୁ ବଂଚିବା ଏବଂ ଏଡ଼ାଇବା ଲାଗି ସେମାନଙ୍କୁ ଜଣାଇବା ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ କଂପାନି ପକ୍ଷରୁ ନିୟମିତ ଏଭଳି ସୁରକ୍ଷା ମକ୍ ଡ୍ରିଲ୍ ଆୟୋଜନ କରାଯାଇଥାଏ ।

ଏହାକୁ ନିରୀକ୍ଷଣ କରିଥିଲେ ଡିଜିସିର ସଦସ୍ୟମାନେ ଏବଂ ରାୟଗଡ଼ା ଜିଲ୍ଲାର ସଂପୃକ୍ତ ସରକାରୀ ଅଧିକାରୀମାନେ ଯଥା ଶ୍ରୀଯୁକ୍ତ ରଣଜିତ ନାୟକ, ସହକାରୀ ନିର୍ଦେଶକ, ଫ୍ୟାକଟରି ଆଣ୍ଡ ବଏଲର, ଶ୍ରୀଯୁକ୍ତ କେ ସୋମାନି, ରାୟଗଡ଼ା ଜିଲ୍ଲା ଅଗ୍ନି ସୁରକ୍ଷା ଅଧିକାରୀ, ଏଫ ଆଣ୍ଡ ଏସ ଶ୍ରୀଯୁକ୍ତ ଏମଡି ଅଭେଶ, ବରିଷ୍ଠ  ଅଧିକାରୀ, ଜେକପିଏମ, ଶ୍ରୀଯୁକ୍ତ ଡି କେ ସାମଲ, ମୁଖ୍ୟ ସୁରକ୍ଷା ଅଧିକାରୀ, ଜେକେପିଏମ ଓ ଆରଆର ବିଶ୍ୱାଳ, ପ୍ରବନ୍ଧକ-ସୁରକ୍ଷା, ଜେକେପିଏମ, ଶ୍ରୀଯୁକ୍ତ ଏ କେ ଖିଲୋ, ଏଏସଆଇ, ଡୋରାଗୁଡ଼ା ପୋଲିସ ଷ୍ଟେସନ ମଧ୍ୟ ନିରୀକ୍ଷକ ଭାବେ ଏହି ଅଭିଯାନରେ ଯୋଗ ଦେଇଥିଲେ । ଏହି ମକ ଡ୍ରିଲରେ କଂପାନିର ସମସ୍ତ ବରିଷ୍ଠ   ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ଏଥିରେ ୟୁନିଟ ମୁଖ୍ୟ ଓ ସଭାପତି, ୟୁଏଆଇଏଲ,ଶ୍ରୀଯୁକ୍ତ ଏନ ନାଗେଶଙ୍କ ଉପସ୍ଥିତିରେ କଂପାନିର ଅଧିକାରୀ ଶ୍ରୀଯୁକ୍ତ କୌଶିକି, ଜିଏମ-ବୈଷୟିକ ରିଫାଇନାରି ପରିଚାଳନା  ଓ ଏଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାର ପ୍ରକ୍ରିୟା ବିଷୟରେ ସମସ୍ତ ଆନ୍ତଃ ଓ ବାହ୍ୟ ଟିମକୁ ବିବରଣୀ ପ୍ରଦାନ କରିଥିଲେ । 

ଟିମ, ନିରୀକ୍ଷକ ଓ ସରକାରୀ ଅଧିକାରୀଙ୍କୁ ବିବରଣୀ ପ୍ରଦାନ କରିବା ବେଳେ କଂପାନିର ୟୁନିଟ ମୁଖ୍ୟ ଓ ସଭାପତି ଏନ ନାଗେଶ କହିଛନ୍ତି ଯେ, ସୁରକ୍ଷା ଓ ନିରାପତା ଦୃଷ୍ଟିରୁ ଏଭଳି ମକ ଡ୍ରିଲ ବହୁତ ଗୁରୁତ୍ବପୂର୍ଣ୍ଣ । ଏହା ସମସ୍ତ କର୍ମଚାରୀଙ୍କୁ ଏଭଳି ସ୍ଥିତି ଲାଗି ପ୍ରସ୍ତୁତ ରଖିବାରେ ସହାୟକ ହୋଇଥାଏ । ସେ ଏହି ଅବସରରେ ଉଲ୍ଳେଖ କରିଛନ୍ତି ଯେ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲାରେ ଉନ୍ନତି ଆଣିବା ଲାଗି ମକ ଡ୍ରିଲ ଅବସରରେ ବାହ୍ୟ ଟିମ ଯେଉଁ ନିରୀକ୍ଷଣ କରିଛନ୍ତି ସେଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ।

ଫ୍ୟାକଟରି ଆଣ୍ଡ ବଏଲରର ସହକାରୀ ନିର୍ଦେଶକ, ରାୟଗଡ଼ା ଶ୍ରୀଯୁକ୍ତ ଆର କେ ନାଏକ କହିଛନ୍ତି ଯେ ଅଗ୍ନି ଓ ସୁରକ୍ଷା ମକ ଡ୍ରିଲ ବେଳେ ବିଭିନ୍ନ ଟିମ ଭିତରେ ସମନ୍ୱୟ ରହିବା ନିହାତି ଜରୁରୀ, କାରଣ ଏଭଳି ମାମଲାରେ ସମୟ ବହୁତ ଗୁରୁôତ୍ୱପୂର୍ଣ୍ଣ କାରଣ ଏଥିରେ ଜୀବନ ଓ ସଂପତି ଜଡ଼ିତ ରହିଥାଏ ବୋଲି ଏହି ମକ ଡ୍ରିଲରୁ ଜଣାପଡ଼ିଛି । ଜଣଙ୍କୁ ପ୍ରଥମେ ନିଜକୁ ବଂ•ଇବା ଲାଗି ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ଏହା ପରେ ଅନ୍ୟ ଲୋକ ଓ ସଂପତିକୁ ବଂଚାଇବାକୁ ପଡ଼ିବୟ ଏଭଳି ପ୍ରାକ ପ୍ରସ୍ତୁତି ଦ୍ୱାରା ଅଧିକ ଜୀବନ ବଂଚାଇହେବ ।''

ଶ୍ରୀଯୁକ୍ତ ସୋମାନି, ଜିଲ୍ଲା ଅଗ୍ନି ସୁରକ୍ଷା ଅଧିକାରୀ, ରାୟଗଡ଼ା କଂପାନିର କର୍ମଚାରୀ ଏବଂ ସାରା ଟିମଙ୍କ ଏହି ମକ ଡ୍ରିଲରେ ସଂପୃକ୍ତ ହେବାର ଉଦ୍ୟମକୁ ପ୍ରଶଂସା କରିଥିଲେ । ନିଜର ମତାମତ ପ୍ରଦାନ କରିବା ବେଳେ ଏଭଳି କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଆୟୋଜନ କରିବାର ଗୁରୁôବ ବିଷୟରେ ସେ ଆଲୋଚନା କରିଥିଲେ କାରଣ ଅଭ୍ୟାସ ପ୍ରକ୍ରିୟା ବାସ୍ତବ ସଙ୍କଟକୁ ସାମ୍ନା କରିବାରେ ଟିମକୁ ଅଧିକ ସଜାଗ କରିଥାଏ ।

ନିରୀକ୍ଷକ ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ଏମଡି ଅଭେଶ, ବରିଷ୍ଠ  ଅଧିକାରୀ, ଏଫ ଆଣ୍ଡ ଏସ, ଜେ କେ ପେପର ମିଲ୍ସ ଜରୁରୀକାଳୀନ ସ୍ଥିତି ଲାଗି ପ୍ରସ୍ତୁତ ରହୁଥିବା ଟିମକୁ ଜଣାଇଥିଲେ ଯେ ତେଳ ସଂପର୍କିତ ଅଗ୍ନିକାଣ୍ଡ ବେଳେ କେଉଁ ଭଳି ଫୋମ ବ୍ୟବହାର କରାଯିବା ଦରକାର ଏବଂ ନୂତନ ଏବଂ ଆଧୁନିକ ପ୍ରଯୁକ୍ତି ଏବଂ ବ୍ୟବସ୍ଥା ଦ୍ୱାରା ଏଭଳି ମାମଲାକୁ ସଠିକ ଢଙ୍ଗରେ ମୁକାବିଲା କରାଯାଇପାରିବ । ଜରୁରୀକାଳୀନ କଂଟ୍ରୋଲ ରୁମରେ ନିରୀକ୍ଷକ ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ସାମଲ, ମୁଖ୍ୟ ସୁରକ୍ଷା ଅଧିକାରୀ, ଜେ କେ ପେପର ମିଲ୍ସ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ ଓ କେତେକ ପରାମର୍ଶ ପ୍ରଦାନ କରିଥିଲେ ଯାହାକୁ ଟିମ ଗ୍ରହଣ କରିଥିଲା ।

ଶେଷରେ, ଶ୍ରୀଯୁକ୍ତ ଜୟ ତିୱାରୀ, ଜିଏମ ଓ ମୁଖ୍ୟ ସୁରକ୍ଷା ଅଧିକାରୀ, ୟୁଏଆଇଏଲ  ଏହି ମକ ଡ୍ରିଲକୁ ଠିକ ସମୟରେ ଓ ପ୍ରଭାବଶାଳୀ ଢଙ୍ଗରେ ଆୟୋଜନ କରିଥିବାରୁ ସମସ୍ତ ଟିମକୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଏହାକୁ ନିରୀକ୍ଷଣ କରିବା ଏବଂ ମୂଲ୍ୟବାନ ମତାମତ ପ୍ରଦାନ କରିଥିବାରୁ ସମସ୍ତ ସରକାରୀ ଅଧିକାରୀ ଏବଂ ନିରୀକ୍ଷକଙ୍କୁ କୃତଜ୍ଞତା ଜଣାଇଥିଲେ ।

 

0
0
0
s2sdefault