ହେଡଲାଇନସ୍:

ଆଧୁନିକତାରୁ ପାରମ୍ପରିକତା ଓ ମୌଳିକତା ଆଡକୁ ବରଗଡର ଚାଷୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଶୀ ବିହନ ପରବ :  ହଜିଯାଉଥିବା ଦେଶୀ  ବିହନକୁ ଜୈବିକ ପଦ୍ଧତିରେ ପୁଣି ଫେରେଇ ଆଣିବାକୁ ଅଭିନବ ପ୍ରୟାସ

ପଦ୍ମପୁର-ଓଡିଶାର ଭାତହାଣ୍ଡି ବରଗଡ ଏବେ ପରିବର୍ତନ ମୁହାଁ, ଫସଲରେ କୀଟନାଶକ ଓ ରାସାୟନିକ ସାରା ପ୍ରୟୋଗ ନାନା ପାର୍ଶ୍ୱ ପ୍ରଭାବ ଓ ରୋଗର କାରଣ ହୋଇଥବା ଏବେ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି  କ୍ୟାନସରପ୍ରବଣତା । ତେଣୁ ଚାଷୀ ଏବେ ଭରସା କରିଛି ପାରମ୍ପରିକ ବିହନ ଓ ପାରମ୍ପରିକ ଚାଷ  ଆଡକୁ | ତେଣୁ ଏବେ ଦେଶୀ ବିହନରେ ବଢୁଛି ଚାଷୀର ଭରସା  । ଦିନେ ରାସାୟନିକ ଚାଷକୁ ଦୁଇ ହାତରେ ଆପଣାଇ ଧାନ ଅମଳରେ କ୍ରାନ୍ତି ଆଣିଥିବା ବରଗଡ ଜିଲ୍ଲାର ଚାଷୀ ଏବେ ଓଡିଶାରେ ଲୋପ  ପାଉଥିବା ଦେଶୀ ବିହନରେ କ୍ରାନ୍ତି ଆଣିବା ପାଇଁ ଅନେକ ସ୍ଥାନରେ ଗୋଡ କାଢ଼ିଲେଣି   । ପୁରାତନ ଦେଶୀ ବିହନକୁ ସମଗ୍ର ଦେଶର ଚାଷୀମାନଙ୍କ ପାଖରେ ପହଂଚାଇବା ପାଇଁ ଦେଶୀ ବିହନ ଅମଳ କରି ଏକ ପର୍ବ ରୁପରେ ପାଳନ କରିବା ଆରମ୍ଭ କଲେଣି   । ଏପରି ଏକ ଦେଶୀ ବିହନ ପର୍ବ ପଦ୍ମପୁର ଉପଖଣ୍ଡ ଖରାମାଲ ଗ୍ରାମରେ ପାଳନ ହେଉଛି ଯାହା ଏ ଅଂଚଳ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି  ।

ବେଶୀ ଧାନ ଅମଳ କରି ବେଶୀ ଲାଭାନ୍ୱିତ ହେବା ପାଇଁ  ଚାଷୀ ବିଦେଶୀ ଧାନକୁ ଆପଣାଇଥିଲା  । ହେଲେ ଏହି ଅଂଚଳକୁ ପ୍ରାକୃତିକ ପରିବେଶରେ ଖାପଖୁଆଇ ନ ପାରି ବିଭିନ୍ନ ରୋଗପୋକରେ ଫସଲ ନଷ୍ଟ  ହେଉଥିଲା  । ତାହାକୁ ବଂଚାଇବା ପାଇଁ ଚଷୀ ବିଭିନ୍ନ ପ୍ରକାରର ରସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର କଳାଲରେ ଏହା କ୍ୟାନସର ଭଲି ମାରାତ୍ମକ ରୋଗର କାରଣ ପାଲଟିଲା  । ଏବେ ନୁତନ ପିଢିର ଚାଷୀ ଜାଗୃତ ହୋଇ ପୁଣି ଦେଶୀ ବିହନକୁ ଆପଣାଇଛି  । ଦେଶୀ ବିହନରେ ଏପରି କିଛି ଧାନ ରହିଛି ଯାହାକି ବିଦେଶୀ ବିହନ ଠାରୁ ଅଧିକ ଉତ୍ପାଦନ କ୍ଷମ ହେବା ସହ ପୁଷ୍ଟିକାରକ ମଧ୍ୟ । ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ନୂତନ ପିଢିର ଚାଷୀ ବିହନ ପର୍ବ ରୁପରେ ଏକ ଚାଷୀ ମିଳନ ଆୟୋଜନ କରୁଛି , ଯେଉଁ ସ୍ଥାନରେ ଚାଷୀ ଲୁପ୍ତ ପ୍ରାୟ ଧାନ କିସମ ସଂଗ୍ରହ କରି ପରୁଛି  । ଖରାମାଳରେ ଶହଶହ କିସମର ଦେଶୀ  ବିହନ ଚାଷୀ ଆଣିଥିଲେ ଏବଂ କିଣାବିକା କରିଥିଲେ । କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ବିହନ ପରବ ଏବେ ଏକ ସ୍ଥାନୀୟ ପର୍ବର ରୂପ ନେଲାଣି , ଯାହା ଦେଶୀ ବିହନ ଉପରେ  ବରଗଡ ଜିଲ୍ଲା ତଥା ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟ ମାାନଙ୍କର ଚାଷୀ ମହଳରେ ଏକ ସକାରତ୍ମକ ଚିନ୍ତାଧାରା ସୃଷ୍ଟି କରିଛି ଏବଂ ସେମାନେ ଦେଶୀ ବିନକୁ ଆପଣାଇ ଚାଷ ଆରମ୍ଭ କଲେଣି । ବିହନ ପର୍ବ ପାଳନ ପାଇଁ ବେଶ କିଛିଦିନ ଆଗରୁ ଏଥିପାଇଁ ଗାଁର ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ନ୍ତି । ଧାନକେଣ୍ଡାରେ ବିଭିନ୍ନ ଆକୃତିର ସୁନ୍ଦର ଜିନିଷ ତିଆରି କରି ଗାଁ ସାରା ସଜାଇଥାନ୍ତି । ଏଥର ମଧ୍ୟ ଏହି ଉତ୍ସବ ପାଳନ କରିବା ପାଇଁ  ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଦେଶୀଚାଷ କରୁଥିବା ଆଖପାଖର ବିଭିନ୍ନ ଗାଁ ର ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗାଁର ପୁରୁଷ ମହିଳା ଏବଂ ଝିଅମାନେ ଗାଁ ସାରା ସୁନ୍ଦର ଭାବରେ ଝୋଟି ଓ ଧାନ କେଣ୍ଡା ସଜାଇଥିଲେ । ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରତି ଘର ସମ୍ମୁଖରେ ସୁନ୍ଦର ଭାବରେ ସଜା ହୋଇଥିଲା କଳସୀ । ଗାଁଲୋକେ ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ଚାଷ କରି ଉତ୍ପାଦନ  କରିଥିବା ବିଭିନ୍ନ ପ୍ରକାର ଶସ୍ୟ, ଧାନ, ମାଣ୍ଡିଆ, କୁଦୋ, ଭଳିକିଭଳି ପନିପରିବା ମଧ୍ୟ ଶୋଭା ପାଉଥିଲା ।  ମାଟି କଳସୀରେ ଭର୍ତି ଧାନ ଧରି ମହିଳାମାନେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରୁଥିବା ଦୃଶ୍ୟ ଥିଲା ବେଶ ମନୋରମ । ଆସ ଆମେ ଏକ ହେମା ମିଲିମିଶି ସଭେ ଦେଶୀ ବିହନ ଚାଷ କରମା ଫରି ଶ୍ଲୋଗାନ ମାନ କାନ୍ଥରେ  ଲେଖଥିଲେ  । ଲୁପ୍ତପ୍ରାୟ ଶଗଡ଼ଗାଡ଼ି ସହ ପାରମ୍ପରିକ ନାଚଗୀତ ଏହି ଶେଭାଯାତ୍ରାକୁ ଉତ୍ସବମୁଖର କରିଥିଲା ।  ଶୋଭାଯାତ୍ରାରେ ଆଖପାଖ ଗାଁର ବହୁ ମହିଳା ଚାଷୀ ସାମିଲ ହୋଇଥିଲେ ।

ଦେଶୀ ବିହନ ଏହି ଗ୍ରାମକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି  । ଦିନଥିଲା ଏହି ଗନ୍ଧମାର୍ଦନ ପାଦ ଦେଶରେ ଥିବା ଏହି ଗ୍ରାମକୁ କେହି ଜାଣିନଥିଲେ  । କିନ୍ତୁ ଏହି ଦେଶୀ ବିହନ  ଓ ଦେଶୀ ବିହନ ପର୍ବ ପାଇଁ ଏହି  ଗ୍ରାମ ସମସ୍ତ ଅଂଚଳରେ ପରିଚିତ ହେଲାଣି  । ଏହି ଗ୍ରାମ ବର୍ଷ ତମାମ ଲୋକଙ୍କୁ ଦେଶୀ ବିହନ ଯୋଗାଇବାରେ ସକ୍ଷମ ,ତେଣୁ ବିଭିନ୍ନ ଅଂଚଳର ଦେଶୀ ବିହନରେ ଆଗ୍ରହୀ ଚାଷୀ ଏହି ଗ୍ରାମକୁ ଆସି ନିଜ ପସନ୍ଦ ଅଣୁଯାୟୀ ଦେଶୀ ବିହନ କିଣୁଛନ୍ତି  । ଦେଶୀ ବିହନ ବିକ୍ରିକରି ଚାଷୀର ଆର୍ଥିକ  ସ୍ଥିତି ମଜଭୂତ ହେବା ପରେ ଦେଶୀ ବିହନ ପର୍ବ ବର୍ଷକୁବର୍ଷ ଆହୁରି ବେଶି ଧୂମଧାମରେ ପାଳିତ ହେଉଛି । ସମାବେଶରେ ଶତାଧିକ କିସମର ଦେଶୀ ଧାନ, ଶସ୍ୟ, ପରିବା ବିହନ ସାଙ୍ଗକୁ ବିଭିନ୍ନ ପ୍ରକାର ପାରମ୍ପରିକ ପିଠାମଣ୍ଡା ପ୍ରଦର୍ଶିତ ହୋଇଥିଲା । କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ବିହନ ପରବ ଏବେ ଏକ ସ୍ଥାନୀୟ ପର୍ବର ରୂ ନେଲାଣି , ଯାହା ଦେଶୀ ବିହନ ଉପରେ  ବରଗଡ ଜିଲ୍ଲା ତଥା ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟ ମାାନଙ୍କର ଚାଷୀ ମହଳରେ ଏକ ସକାରତ୍ମକ ଚିନ୍ତାଧାରା ସୃଷ୍ଟି କରିଛି ଏବଂ ସେମାନେ ଦେଶୀ ବିନକୁ ଆପଣାଇ ଚାଷ ଆରମ୍ଭ କଲେଣି   । ଏହି ବିହନ ପରବ୍ ରେ ମାଣ୍ଡିଆ ରେ ତିଆରି ‘ଚା’ , ଦେଶି କୁଦୋ, ମାଣ୍ଡିଆ, ବାର୍ଲି, ମହୁଲ ଆଦିରେ ତିଆରି ପିଠା ଲୋକଙ୍କୁ ବେଶ ଆକୃଷ୍ଟ  କରିଥିଲା । ଏହି ପର୍ବକୁ ଓଡିଶା  ବ୍ୟତିତ  ଛତିଶଗଡ ଅଂଚଳରୁ ମଧ୍ୟ ଚାଷୀ ମାନେ ଆସି ଏହି ଦେଶୀ ବିହନ ପରବ୍ କୁ ଉତ୍କଣ୍ଠାର ସହିତ ଉପଭୋଗ କରିଥିଲେ ।

ବିହନ ପର୍ବ ଲୋକଙ୍କୁ ଦେଶୀ ବିହନ ତଥା ଦେଶୀ ପଦ୍ଧତିରେ ଚାଷ କରିବା  ଉପରେ ସଚେତନ କରିବାରେ ସକ୍ଷମ ହେଉଛି  । ଚାଷୀ ତଥା ସାଧାରଣ ଲୋକମଧ୍ୟ ଏହି ଦେଶୀ ପ୍ରଜାତିର ଫସଲରୁ ଚାଉଳ ଓ ପନିପରିବା ଉପରେ ମଧ୍ୟ ଆକର୍ଷିତ ହେଉଛନ୍ତି  । ସରକାର ଯଦି ଦେଶୀ ବିହନ ଗୁଡିକୁ ଆହୁରି ପ୍ରତ୍ସାହନ ଦେଲେ ଚାଷୀ ଉପକୃତ ହେବା ସହ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ  ।

 

0
0
0
s2sdefault