ହେଡଲାଇନସ୍:

ବରଗଡ଼ ରାଜନୀତି ଭୂଚଳ : ପ୍ରଭାବ ଛୁଇଁଲା ଭୁବନେଶ୍ୱର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୯ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟ  ପଦ ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି 

 

ଭୁବନେଶ୍ୱର(ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ପରିଷଦ ରାଜନୀତି ପହଁଚିଲା ନିର୍ବାଚନ କମିଶନଙ୍କ ପାଖରେ | ଜିଲ୍ଲା ପରିଷଦରେ ରାଜୁତି କରିଥିବା ବିଜେପି ଟିମର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳରୁ ଇସ୍ତଫା ଦେବା ପରିପ୍ରେକ୍ଷୀରେ ଦଳ ସଂଖ୍ୟାଲଘୁ ହୋଇଯିବ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ବିଜେପି | ଦଳ ଛାଡିଥିବା ଜିଲ୍ଲା ପରିଷଦ ସଭ୍ୟମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବିଜେପି ଦାବି କରିଛି ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ | 

ବିଜେପି କମିଶନଙ୍କ ନିକରଟ ବିଜେଡି ବିରୋଧରେ ବର୍ଷୀଛି |  " ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି । ଯେଉଁ ଦଳ ବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି ବିଜେଡି । ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଇବା ପରେ ଆଉ କିଛି ସଦସ୍ୟଙ୍କୁ ନେଇ ଗୋଷ୍ଠୀ  କରି ନିଜେ ତିଆରି କରିଥିବା ଆଇନକୁ ଖୁଲମଖୁଲା ଚ୍ୟାଲେଂଜ କରାଯାଇଛି ବୋଲି  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ଅଭିଯୋଗ କରିଛନ୍ତି |  ଦଳ ବିରୋଧୀ ଆଇନ ଅନୁଯାୟୀ ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି  । 

ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ୯ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳୀୟ ଚିହ୍ନରେ ଭୋଟ ପାଇ ନିର୍ବାଚନ ଜିତିଥିଲେ । ଦଳ ବଦଳ ଆଇନ ଅନୁଯାୟୀ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବେଆଇନ ଭାବେ ଅଗଣତାନ୍ତ୍ରିକ ଉପାୟରେ ଦଳ ଛାଡିଛନ୍ତି । ଏମାନଙ୍କ ଉପରେ ଦଳବଦଳ ଆଇନ ଲାଗୁ କରାଯିବା ଦରକାର । 

ଶାସକ ବିଜେଡି ଭୟୀଭତ କରାଇ ଜମମତକୁ ପ୍ରଭାବିତ କରିବା ସହ ଜନପ୍ରତିନିଧୀଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ଦଳ ସରକାରୀ କଳ ଲଗାଇ ଜନ ପ୍ରତିନିଧୀମାନଙ୍କ ଉପରେ ଚାପପକାଇ ବରଗଡବାସୀଙ୍କୁ ଧୋକ୍କା ଦେଇଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ଇରାସିସ  ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ବିଜେପି ଛାଡିଥିବା ଜିଲ୍ଲା ପରିଷଦ ସଦସ୍ୟମାନରେ ବିଜେପି ପକ୍ଷରୁ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଜିଲ୍ଲା ପରିଷଦରେ ସେମାନଙ୍କ ଅଂଚଳର ବିକାଶ କାମରେ ସହଯୋଗ ନମିଳିବାରୁ ସେମାନେ କାହା ଚାପରେ ନୁହେ, ବରଂ ଦଳ ପ୍ରତି ବୀତସ୍ପୃହ ହୋଇ ସ୍ବେଛାରେ ଦଳ ଛାଡିଥିବା ଗଣମାଧ୍ୟମ ଆଗରେ କହିଥିଲେ |

 

 

0
0
0
s2sdefault