ହେଡଲାଇନସ୍:

ସାବାସ ଅମ୍ବିକା ପ୍ରସାଦ : ସାଧୁ ଉଦ୍ୟମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭିନ୍ନ ସ୍ଥାନ ବୁଲି ମହିଳାଙ୍କୁ ଆତ୍ମ ସୁରକ୍ଷା କୌଶଳ ଶିଖାଉଛନ୍ତି  ଗଞ୍ଜାମ୍ ଜିଲ୍ଲାର  ଅମ୍ବିକା

 କୁନାଗଡ (ଆଦିତ୍ୟ ମହାନ୍ତି)ପ୍ରତିଦିନ  ଭାରତ ରେ ଦୁଷ୍କର୍ମ ବ୍ୟଭିଚାର ଖବର ବଢୁଥିବା ବେଳେ ଗଞ୍ଜାମ ଜିଲାର ବ୍ରହ୍ମପୁର ସହରର ଅମ୍ବିକା ପ୍ରସାଦ ଦାଶ ନାରୀ  ମାନେ ନିଜେ ନିଜକୁ କିପରି ସୁରକ୍ଷିତ ରଖି ପାରିବେ ସେଥି ପାଇଁ ଅଣ୍ଟା ଭିଡିଛନ୍ତି । ନିଜେ ଜଣେ କରାଟେ କୋଚ ହୋଇ ଥିବାରୁ ପ୍ରଥମେ ନିଜ ଜିଲ୍ଲା ଏବ୍ଂ ବିଭିନ୍ନ ଅଞ୍ଚଳର ମହିଳା ଓ ଛାତ୍ରୀ ମାନଙ୍କୁ ମାଗଣା ଆତ୍ମ ସୁରକ୍ଷାର କୌଶଳ ଓ ପ୍ରୟୋଗ ଶିକ୍ଷା ଦେଇଥିଲେ । ଏହା ପରେ ମିସନ ଲକ୍ଷ ମାଧ୍ୟମରେ ସାରା ରାଜ୍ୟ ବୁଲି ମହିଳାଙ୍କୁ ନିଶୁଳ୍କ ଆତ୍ମ ସୁରକ୍ଷା  ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ  କଳାହାଣ୍ଡି ର ଶ୍ରୀ ଇଣ୍ଟରନେସନାଲ କରାଟେ ତାଲିମ କେନ୍ଦ୍ର ର ପ୍ରତିଷ୍ଠାତା ସନ୍ଦିପ କୁମାର ସାହୁଙ୍କ ସହାୟତାରେ ଜୁନାଗଡ ର ଆଦର୍ଶ ବିଦ୍ଯାଳୟ ରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ଓ ପ୍ରୟୋଗ ଶିକ୍ଷା ଦେଇଥିବା ସହ ଶ୍ରି ଦାଶ ସନ୍ଧ୍ଯା ରେ ଶ୍ରୀ ଇଣ୍ଟରନେସନାଲ ମହିଳା ଫିଟନେସ କେନ୍ଦ୍ର ରେ ମହିଳାଙ୍କୁ କାହାର ସାହାଯ୍ୟ ନ ନେଇ କିଭଳି ନିଜକୁ ନିଜେ ସୁରକ୍ଷା କରି  ପାରିବେ ତାର ପ୍ରଶିକ୍ଷଣ ଦେଇଥିଲେ । ତାଙ୍କର ମିସନ ଲକ୍ଷ କଣ ଓ ଏହା ଦ୍ବାରା ତାଙ୍କର କି ସନ୍ଦେଶ ରହିଛି ବୋଲି ପଚାରିବାରୁ ସେ କୌଣସି ଅଘଟଣ ହେଲେ ମହିଳା ଓ ଛାତ୍ରୀ କ୍ୟାଣ୍ଡେଲ ଜାଳି ପିଡିତା ପ୍ରତି ସମବେଦନା ଜଣାଇବା ଅପେକ୍ଷା ନିଜକୁ ଦୃଢ କରି ଆଗାମୀ ଦିନରେ କୌଣସି ଘଟଣା ରୁ ବଞ୍ଚିତ କରିବାକୁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ଆଗାମୀ ଦିନରେ ସନ୍ଦିପ ସାହୁଙ୍କ ଭଳି ସହଯୋଗ ମିଳିଲେ ରାଜ୍ୟ ସାରା ବୁଲି ଶିକ୍ଷା ପ୍ରଦାନ ପାଇଁ ଇଚ୍ଛା ଥିବା କହିବା ସହ କଳାହାଣ୍ଡିରେ ତିନି ଦିନ ରହଣିରେ ବିଭିନ୍ନ ସ୍କୁଲ, କଲେଜ ଓ ଅନୁଷ୍ଠାନ ରେ ତାଲିମ ଦେବା ଲକ୍ଷ ରଖିଥିବା କହିଥିଲେ । ଏହି ଲକ୍ଷ୍ୟ ପାଇଁ ଜୁନାଗଡ ସହର ର୍ ବୁଦ୍ଧି ଯିବି ମାନେ ତାଙ୍କ ମହତ୍ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସଂଶା କରି ଛନ୍ତି

0
0
0
s2sdefault