ହେଡଲାଇନସ୍:

ଯୁଧିଷ୍ଠିର ପୁର ସ୍କୁଲରେ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା  ବ୍ଲକ ର ମୃୁଷୁଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ଯୁଧିଷ୍ଠିର ପୁର (ପାଇଁ ପୁର ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଓ ମୃୁଷୁଣ୍ଡୀ ସରପଞ୍ଚ ଶ୍ରୀମତୀ ରୀନା ପୁଟା ଯୋଗଦେଇ ଥିଲେ । ମୁଖ୍ୟ ବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟାପକ ଡ.ହିମାଂଶୁ ଶେଖର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ବିମଳା ଜାଲ ସ୍କୁଲ ବିବରଣୀ ପାଠନ କରିଥିଲେ । ଶିକ୍ଷକ ନୃପଲାଲ ମେହେର ଅତିଥି ପରିଚିତ କରାଇଥିବା ବେଲେ ପ୍ରଧାନ  ଶିକ୍ଷକ ରୁଦ୍ରାକ୍ଷ ସାହୁ ସଭାପରିଚାଲନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ସାହୁ ଓ ବେଣୁଧର ପଧାନ ସହଯୋଗ କରିଥିବା ବେଳେ ନାରାୟଣ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault