ହେଡଲାଇନସ୍:

୩ ଟି ଦୃର୍ଘଟଣା : ୪ଗୁରୁତର,୭ ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମଙ୍ଗଳ ବାର  ସନ୍ଧ୍ୟାରେ  ଘଟିଛି ପୃଥକ ପୃଥକ ୩ ଗୋଟି  ଦୁର୍ଘଟଣା  | ଆଉ ସେଥିରେ  ଜଣେ ମହିଳା ଏବଂ ୨ ନାବାଳକ ସହିତ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାଯାଇଛି ।  ସନ୍ଧ୍ୟା ୭ଟାରୁ ୮ମଧ୍ୟରେ ଓଡ଼ଗାଁ ଥାନାର ବିଭିନ୍ନ ସ୍ଥାନରେ ଧାରାବାହିକ ଭାବେ ୩ଟି ଦୁର୍ଘଟଣା ଘଟିଥିଲା । କୋମଣ୍ଡର କଇଁଆ ଖାଲ ଠାରେ ପ୍ରଥମ ଦୁର୍ଘଟଣା ଘଟିଥିଲା । କୋମଣ୍ଡ ଖଦାଳ ସାହିର ରାଜ ନାୟକ(୧୬), ଅନିଲ ନାୟକ(୧୭) ଏବଂ ସଙ୍କର ନାୟକ(୨୦) ମିସି ଗୋଟିଏ ବାଇକରେ ଓ ଡ଼ଗାଁ ଅଭିମୁଖେ ଆସୁଥିଲେ । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟିହୋଇଥିଲା । ପରିବାର ଲୋକେ ବାଇଟିକୁ ରଖିଦେଇ ଗୁରୁତରମାନଙ୍କୁ ଓ ଡ଼ଗାଁ ଡାକ୍ତରଖାନାକୁ ଆଣିଥରଲେ । ପ୍ରାଥମିକ ଚିକିତ୍ସା  ପରେ ସେମାନଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ବାହାଡାଝୋଲାର ଶୁଶିଳ ବେହେରା(୫୫) ନୂଆଗାଁ ବ୍ଲକ ଓଡ଼କପାରୁ ଓଡି ୨୫ ଏଚ ୧୫୦୪ ବାଇକରେ ଗାଁକୁ ଫେରୁଥିବା ବେଳେ ସିଙ୍ଗାରପଲ୍ଲୀ ଠାରେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କର ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସା ଚାଲୁରହିଛି । ସେହିପରି ନୟାଗଡ଼ରୁ ଓଡି ୨୫ସି ୪୭୩୮ଅଟୋ ଟି ରବିଗାଡ଼ିଆକୁ ଫେରୁଥିବା ବେଳେ ଓଡ଼ଗାଁ କଲେଜ ରୋଡ଼ରେ ଚାଳକ ଭାରସାମ୍ୟ ହରାଇବାରୁତାହା  ରୋଡ଼ କଡ଼କୁ ଓଲଟି ପଡିଥିଲା । ସେଥିରେ ଥିବା ଜଣେ ମହିଳା ବନୀତା ଦାସ(୩୪) ଗୁରୁତର ହୋଇଥିବା ବେଳେ ଅନ୍ୟ ୬ଜଣ ମହିଳା ଆହତ ହୋଇ ଦମକଳ ଯୋଗେ ଓଡ଼ଗାଁ ଡାକ୍ତରଖାନାରେ ପହଁଚିଥିଲେ ।

0
0
0
s2sdefault