ହେଡଲାଇନସ୍:

ଭାଲୁଖାଇ ଗାଁରେ  ଭାଲୁ ଆକ୍ରମଣ : ବୃଦ୍ଧ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )-ବେଲପଡା ଥାନା ସରମୁହାଣ ଗ୍ରାପ ଅନ୍ତର୍ଗତ ଭାଲୁଖାଇଗ୍ରାମରେ ଭାଲୁ  ଆକ୍ରମଣରେ ଜଣେ ବୃଦ୍ଧ ଟଙ୍କଧର ସାହୁ (୬୦) ଗୁରୁତର ହୋଇଛନ୍ତି । ନିଜ କପା କିଆରିରେ ଦିନ ୧୨ଟା ସମୟରେ ଟଙ୍କ କପା ତୋଲୁଥିବା ସମୟରେ ଏକ ଭାଲୁ ବାହାରି ଆକ୍ରମଣ କରିଥିଲା | ଭାଲୁ ଆକ୍ରମଣରେ  ଟଙ୍କଧରଙ୍କ ଜଙ୍ଘ ,ଆଣ୍ଠୁରେ ଗଭିର କ୍ଷତ ହୋଇଥିବା ବେଳେବୃଦ୍ଧ ଚିତ୍କାର କରିଥିଲେ |  ପାଖରେ ଥିବା ଟଙ୍କଧରଙ୍କ ପୁଅ ବୃନ୍ଦାବନ ବାପାର ଚିତ୍କାର ସୁଣି ଧାଇଁ ଆସିଥିଲେ ମଧ୍ୟ ଭାଲୁ ଭୃକ୍ଷେପ  କରିନଥିଲା  | ପରେ ପାଖରେ ଥିବା ଲୋକା ଆସିବାରୁ  ଭାଲୁ ବୃଦ୍ଧଙ୍କୁ ଛାଡି  ପଳାଇଥିଲା ।  ଗୁରୁତର ଅବସ୍ଥାରେ ବେଲପଡା ଡାକ୍ତରଖାନାରେ ପରିବାର ବର୍ଗ ଭର୍ତୀ କରିଛନ୍ତି । ବର୍ତ୍ତମାନ  ଟଙ୍କଧର ବିପଦ ମୁକ୍ତ ଅଛନ୍ତି ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ରବିନ୍ଦ୍ର ମେହେର କହିଛନ୍ତି । ବର୍ତମାନ ଜଙ୍ଗଲ ପଡା ହୋଇଯାଇଥିଲାବେଳେ ଜଙ୍ଗଳର ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହୋଇ ଜନବସତି ଉପରେ ଆକ୍ରମଣ କରୁଥିବା ଜଣାଯାଇଛି । ଆହତ  ପରିବାରଙ୍କୁ ଜଙ୍ଗଲ ବିଭାଗ ଦ୍ୱାରାକ୍ଷତି ପୁରଣ ଦେବା ପାଇଁ ବାଦୀ ହେଉଛି ।

 

0
0
0
s2sdefault