ହେଡଲାଇନସ୍:

ମର୍ମନ୍ତୁଦ ସଡକ  ଦୁର୍ଘଟଣା -୧ମୃତ ୧ ଗୁରୁତର: କ୍ଷତିପୁରଣ ଦାବୀରେ ରାସ୍ତାରୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତହସିଲଦାର /ଏବିଡିଓ ବେଲପଡାଙ୍କ ହସ୍ତେକ୍ଷପ ପରେ ରାସ୍ତାରୋକ ହଟିଲା

ଠିକାଦାରଙ୍କ ମନମାନୀ ଯୋଗୁ ଚାଲିଗଲା ନିରୀହ ଜୀବନ ।

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୋମବାର ବିଳମ୍ବିତ ରାତ୍ରୀରେ ଯୁବାଗ୍ରାମର ଭରଦ୍ୱାଜ ଆଶ୍ରମ ନିକଟ ବରିଆପାଲି ଗ୍ରାମ ନିକଟ ନିର୍ମାଣଧିନ ରାସ୍ତାଠାରେ ପାଟଣାଗଡ ଅଭିମୁଖେ ଯାଉଥିବା ବାଇକ ଆରୋହୀ ଦ୍ୱୟ ଦୁର୍ଘଟଣାଗ୍ରସତ ହୋଇଛନ୍ତି । ଘଟଣାସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିଲା ବେଳେ ପଛରେ ବସିଥିବା ଯୁବକକୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । 

ମୃତକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରାଗ୍ରାମର ପ୍ରବୀର ମାଝି(୩୫ | ଆହତ ବ୍ୟକ୍ତି ହେଲେ ପ୍ରବୀରଙ୍କ  ବଡଶଳା ବେଲପଡା ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମର ହରିବନ୍ଧୁ ମାଝୀ (୪୫) | ଖବର ନେବାରେ ଜଣାଯାଏ ଯେ ପ୍ରବୀର ସୋମବାର ଖଲିପଥର ଗ୍ରାମ ନିଜ ଶ୍ୱଶୁରଘରକୁ ସ୍ତ୍ରୀ ପିଲାଙ୍କୁନେଇ ଆସିଥିଲେ | ତେବେ କୈାଣସି ଏକ କାମନେଇ ନିଜ ବଡଶଳା ହରିବନ୍ଧୁଙ୍କ ସହ ରାତ୍ରୀ ୧୦ ଟାରେ ପାଟଣାଗଡ ଅଭିମୁଖେ  ବାଇକ ଯୋଗେ ଦୁହେଁ ବାହାରିଥିଲେ | ତେବେ ଭରଦ୍ୱାଜ ଆଶ୍ରମ ନିକଟ ବରିଆପାଲିଠାରେ ନୁତନ ଭାବରେ ରାସ୍ତା ନିର୍ମାଣ  ଚାଲିଥିବା ଏକ ପୋଲ ନିକଟରେ ଠିକାଦାରଙ୍କ ମନମାନୀରେ ରାସ୍ତା ପାଶ୍ୱର୍ସ୍ଥ ପୋଲ ନିକଟରେ ୨ଟି ବଡଗଛ ଦ୍ୱାରା ଅବରୋଧ କରାଯାଇଥିଲା | ସେହି ଗଛରେ ଦୁହେଁ  ପିଟି ହୋଇଥିଲେ  |ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ବାଇକର ଚକ ଓ ରିଙ୍ଗ ଅଲଗା ହୋଇଯାଇଥିଲା ଓ ଘଟଣାସ୍ଥଳରେ ବାଇକଚାଳକ ପ୍ରବୀରଙ୍କ  ମୃତ୍ୟୁ ହୋଇଥିଲା |  ତେବେ ହରିବନ୍ଧୁ ଘଟଣାସ୍ଥଳରେ ପଡିରହି ଘୋସାରି ଘୋସାରୀ ବଡପାଟିରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଲୋକେ ଘଟଣା ସଂପର୍କରେ ଜାଣି ଆହତ ହରିବନ୍ଧୁକୁ ଉଦ୍ଧାର କରି ପାଟନାଗଡ ପରେ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା | କିନ୍ତୁ ସେଠିକାର ଜନସାଧାରଣ ଠିକାଦାରଙ୍କୁଏହି ଘଟଣାରେ ଦାୟୀ କରିସକାଳ ୭ ଟାରୁ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବେଲପଡା ତହସିଲଦାର ପ୍ରିୟରଂଜନ କୁମାର /ବେଲପଡା ଏବିଡିଓ ରାମବିଳାସ ମଙ୍ଗରାଜ ରାସ୍ତା ଅବରୋଧକାରୀଙ୍କ ସାଙ୍ଗରେ ଆଲୋଚନା କରି ରେଡକ୍ରସ ଫଣ୍ଡ ରୁ ୧୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ଓ ବିଧବା ଭତ୍ତା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ସାହାଯ୍ୟର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟି ପରିସ୍ଥିତି ସ୍ୱାଭାବିକ ହୋଇଥିଲା | ପୋଲିସ ଶବ ଓ ବାଇକକୁ ଜବତ କରି ବେଲ ପଡା ଥାନାରେ ଏ ନେଇ  ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ  କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଛନ୍ତି ଓ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି । 

0
0
0
s2sdefault