ହେଡଲାଇନସ୍:

ବ୍ୟସ୍ତ ଜୀବନ ଭିତରୁ ଫର୍ଚ୍ଚାରେ କେତୋଟି ମୁହୂର୍ତ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସମ୍ବାଦିକ ସଙ୍ଘ ରାୟଗଡ ଶାଖା ପକ୍ଷରୁ ବଣଭୋଜି ଆଉ ବନ୍ଧୁ ମିଳନ 

ରାୟଗଡ(ସରୋଜ ସାହୁ) :  ସ୍ଥାନୀୟ ସଙ୍କେଶ ମନ୍ଦିର ନିକଟସ୍ଥ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଥିବା ବଣଭୋଜି କରାଯାଉଥିବା ସ୍ଥାନରେ ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସାମ୍ବାଦିକ ସଙ୍ଘର ରାୟଗଡ ଶାଖାର ମିଳିତ ଭାବେ ଏକ ବଣଭୋଜି ଓ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ବନ୍ଧୁ ମିଳନ ଅବସରରେ ପ୍ରେସ ୟୁନିୟନ ଓ ଉତ୍କଳ ସମ୍ବାଦିକ ସଙ୍ଘର କାର୍ଯ୍ୟରତ ସାମ୍ବାଦିକ ମାନେ ଏକାଠି ହୋଇ ଭିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ | ସେଗୁଡିକ ମଧ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବଦିକଙ୍କ ମଧ୍ୟରୁ ଅଧିକାଂଶ ସାମ୍ବାଦିକ ଏ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ  ସ୍ୱାସ୍ଥ୍ୟ ବୀମା ପାଇପାରି ନଥିବା, ସହରାଂଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନେ ବିଭିନ୍ନ ସମୟରେ ସମ୍ବାଦ ସଂଗ୍ରହ କରୁଥିବା ସମୟରେ ଆକ୍ରୋଶର ଶିକାର ହୋଇ ଆହତ ହେଉଥିବା ଯୋଗୁଁ ସେମାନଙ୍କୁ ସରକାରଙ୍କ ତରଫରୁ ସୁରକ୍ଷା ଯୋଗାଇଦେବା ଓ ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସକାଶେ ଅବସରକାଳୀନ  ଭତ୍ତା ପ୍ରଦାନ କରିବା ଇତ୍ୟାଦି ଏ ଭଳି ଅନେକ ସମସ୍ୟା ଉପରେ ଆଲୋଚନା କରି କିଭଳି ଏହି ସବୁ ଦାବୀ ଓଡିଶା ସରକାରଙ୍କ ନିକଟରେ କିଭଳି ଉପସ୍ଥାପନ କରାଯିବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଓ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡମ୍ବରୁ ପଣ୍ଡା, ସ୍ଥାନୀୟ ଜେ. କେ. କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରୀ (ଆଶିଷ୍ଟାଣ୍ଟ ମ୍ୟାନେଜର ସି.ଏସ.ଆର, ଜେ.କେ.କାଗଜ କଳ), ଓ ମିଲନ ଲେଙ୍କା (ଡେପୁଟି ମ୍ୟାନଜେର ସି.ଏସ.ଆର, ଜେ.କେ. କାଗଜ କଳ), ଥେରୁବାଲି ଇମ୍ଫା କାରଖାନାର ଲୋକ ସମ୍ପର୍କ ଅଧିକାରୀ ଅଜୟ ସିଂ ଓ ରବିନ୍ଦ୍ର କୌଶଲ୍ୟା (ସୁପରଭାଇଜର) ପ୍ରମୁଖ  ଯୋଗ ଦେଇଥିଲେ । ଉକ୍ତ ବନ୍ଧୁ ମିଳନକୁ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ମନୋଜ  କୁମାର ସାହୁ, ସୁରେଶ ଦାସ, ରଶ୍ମି ରଂଜନ ଦୋରା, ପ୍ରଦୀପ କୁମାର ପାତ୍ର, ମାଉଡି ବାରିକ, ସରୋଜ କୁମାର ସାହୁ, ଶ୍ରୀଧର ଚୌଧୁରୀ, ଶ୍ରୀନାଥ ତାଡିଙ୍ଗି, ଗୁପ୍ତେଶ୍ୱର କୌଶଲ୍ୟା, ସୁବାସ ସୂର୍ଯ୍ୟ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ପାଢୀ, ଅମୂଲ୍ୟ ନିଶଙ୍କ ଓ ଗୌତମ ଉଲ୍ଲାକା ପ୍ରମୁଖ  ଉପସ୍ଥିତ ରହି ବନ୍ଧୁ ମିଳନରେ ପରିଚାଳନା କରିବା ସହ ବନ୍ଧୁ ମିଳନକୁ ଉପଭୋଗ କରିଥିଲେ । 

0
0
0
s2sdefault