ବରଗଡ :- ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏହି ଧନୁଯାତ୍ରା ସମୟରେ ଦୀର୍ଘ ଏଗାର ଦିନ ବରଗଡ଼ ମଥୁରା ନଗରୀରେ ଓ ଅମାପାଳି ଗୋପପୁର ରେ ପରିଣତ ହେଇଯାଏ । ବରଗଡ଼ ଓ ଅମ୍ବାପାଲି ମଝିରେ ବହି ଯାଇଥିବା ଜୀରାନଦୀ ପାଲଟିବ ଯମୁନା। ଗୋଟିଏ ପଟେ ପ୍ରବଳ ପ୍ରତାପୀ ମହାରାଜ କଂସ ଙ୍କର ରାଜୁତିରେ ମଥୁରାନଗରୀ ଥରହର ଏବଂ ଅନ୍ୟପଟେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଗୋପପୁରର ବାତାବରଣ ଭରିଉଠିଥାଏ ଆଧ୍ୟାତ୍ମିକତା ରେ ।ଏହି ଏଗାର ପାଇଁ ବରଗଡ଼ ଓ ଅମ୍ବାପାଲି ଦ୍ଵାପର ଯୁଗକୁ ଫେରିଯିବ ।
ଚଳିତ ଥର ଧନୁଯାତ୍ରା ରେ କଳାକାର ମାନଙ୍କର ଅଭିନୟ ଅନ୍ୟ ବର୍ଷ ଅପେକ୍ଷା ଆହୁରି ଆକର୍ଷଣୀୟ ଓ ଜୀବନ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସ୍ଥାନୀୟ ଗାନ୍ଧୀଛକ କଲ୍ୟାଣ ମଣ୍ଡପ ପରିସରରେ କଳାକାରଙ୍କ ରିହର୍ସାଲ ତଥା ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଧନୁଯାତ୍ରା କଳାକାର ଉପଦେଷ୍ଟା ସମନ୍ବୟ କମିଟିର ଆବାହକ ତଥା ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋ ରିହର୍ସାଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରିହର୍ସାଲ ର ଶୁଭାରମ୍ଭ ସମୟରେ ଅନେକ କଳାକାର ଉପସ୍ଥିତ ଥିଲେ ।