ହେଡଲାଇନସ୍:

ତୃତୀୟ ମହଲା ସ୍କାନରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିଭାଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋ ସରକାରରେ ସାମିଲ ହେଲା ମହିଳା ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି 

ଭୁବନେଶ୍ୱର : ଭାୟା ମିଡିଆ ଛାଡି ତୃତୀୟ ମହଲାର ସ୍କାନରକୁ  ସିଧାସଳଖ ଆସୁଛି ଗୋଟିଏ ପରେ ଗୋଟିଏ ବିଭାଗ । ସ୍ୱାସ୍ଥ୍ୟ, ଘରୋଇ, ପଞ୍ଚାୟତିରାଜ ନଗର ଉନ୍ନୟନ , କୃଷି , ଉଚ୍ଚଶିକ୍ଷା, ଆଦି ବିଭାଗ ମୋ ସରକାରରେ ସାମିଲ ହେବା ପରେ ଆଜି ପାଳି ପଡିଛି ମହିଳା ଶିଶୁ ବିକାଶ  ଓ ମିଶନ ଶକ୍କ୍ତି । ଏହି ବିଭାଗର ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଏବେ ସିଧାସଳଖ କଥା ହେବେ ମୋ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସବିବ ବା 5ଟି ମୋ ସରକାର ଦାୟିତ୍ୱରେ ଥିବା ଭି କେ ପାଣ୍ଡିଆନ ।

ଆଜି ସଚିବାଳୟ(ଲୋକସେବା ଭବନ) ଠାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର କରୁଥିବା ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ, ମାତୃ ଶିଶୁ ମୃତ୍ୟୁବାର କେମିତି ସନ୍ତୋଷଜନକ ଭାବେ ହ୍ରାସ ଜରାଯାଇପାରିବ , ମଡେଲ କାର୍ଯ୍ୟକ୍ରମ ମମତା କେମିତି ମଜଭୁତିର ସହ କାମ କରିପାରିବ ଓ ମିଶନ ଶକ୍ତି ଅଧିକ ସୁଦୃଢ ହୋଇପାରିବ ମୁଖ୍ୟମନ୍ତ୍ରୀ ତା ଉପରେ ଜୋର ଦେଇଥିଲେ । 

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ  କହିଥିଲେ ଯେ ହିତାଧିକାରୀଙ୍କ ସହ କିପରି ଭଲ  ବ୍ୟବହାର କରାଯିବ, ତାକୁ ପ୍ରାଥମିକତା ଦିଆଯିବ । ସମସ୍ତ ଗର୍ଭବତୀଙ୍କୁ ଅନୁରୋଧ, ପାଖ ଅଙ୍ଗନବାଡ଼ିରେ ପଞ୍ଜିକରଣ କରି ସରକାରୀ ହସ୍ପିଟାଲରୁ ସୁବିଧା ପାଆନ୍ତୁ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ମୁଖ୍ୟ ସଚିବ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ବିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭାଗର କ୍ଷେତ୍ରକର୍ମଚାରୀଙ୍କର ନେଇଥିଲେ ପୁରା ଲମ୍ବା କ୍ଳାସ ।

 

0
0
0
s2sdefault