ହେଡଲାଇନସ୍:

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଭୟରେ ଜନତା :ମୁଖ୍ୟମନ୍ତ୍ରୀ ଅଚିନ୍ତା -ପ୍ରଦିପ୍ତ ନାଏକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଆନ୍ଧ୍ରରେ ୭୨, ତାମିଲନାଡୁ ୬୯, ପଶ୍ଚିମବଙ୍ଗରେ ୮୮  ଓ ମହାରାଷ୍ଟ୍ରରେ  ଅଛି୧୦୦ଟି ଫାଷ୍ଟଟ୍ରାକ କୋର୍ଟ 

  ଓଡ଼ିଶାରେ ମହିଳା ବିରୋଧୀ ହିଂସାର ବିଚାର ପାଇଁ ନାହିଁ ଗୋଟିଏ ବି ଫାଷ୍ଟଟ୍ରାକ କୋର୍ଟ 

  ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ନାହିଁ କାହିଁକି 

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧୀ ହିଂସା ବିଶେଷ ଭାବରେ ଦୁଷ୍କର୍ମ ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ । ରାଜ୍ୟରେ ପୋଲିସ ବିଭାଗ କାମ କରୁନାହିଁ । ଅପରାଧୀମାନଙ୍କର ଆଉ ପୋଲିସ ପ୍ରତି ଭୟ ନାହିଁ । ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨ଟି, ତାମିଲନାଡୁରେ ୬୯ଟି, ପଶ୍ଚିମ ବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ କୋର୍ଟ ଅଛି । ମାତ୍ର ଓଡିଶାରେ ଏହାର ସଂଖ୍ୟା ହେଉଛି ଶୂନ । ରାଜ୍ୟ ସରକାର କାହିଁକି ଏବେ ସୁଦ୍ଧା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନା କରିନାହାନ୍ତି ତାର ଜବାବ ଦିଅନ୍ତୁ । ଯଦି ଦେଶର ଅନ୍ୟ ରାଜ୍ୟମାନେ ଫାଷ୍ଟଟ୍ରାକ କୋର୍ଟ ବସାଇ ପାରିଲେ ଓଡିଶା ସରକାର କାହିଁକି ପାରିଲା ନାହିଁ ଏହାର ଉତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ । 

ମହିଳା ବିରୋଧୀ ହିଂସାର ବିଚାର କରିବା ପାଇଁ ହେଉଥିବା ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଛନ୍ତି | ହେଲେ ଓଡିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ । ୫ ଥର ପାଇଁ କ୍ରମାଗତ ଶାସନରେ ରହିଲା ପରେ ବି ରାଜ୍ୟ ସରକାର ଦୁଷ୍କର୍ମ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠନ କରିପାରିଲେ ନାହିଁ ଏବେ କହୁଛନ୍ତି କୋର୍ଟ ସ୍ଥାପନା କରିବେ ବୋଲି ।  ରାଜ୍ୟ ସରକାର ଏହି ନିଷ୍ପତି ସେପ୍ଟେମ୍ବର ମାସରୁ ନେଲେଣି । ଏବେ ସୁଦ୍ଧା ୩ ମାସ ବିତିଗଲାଣି ହେଲେ ଏହା ଉପରେ କିଛି ଅଗ୍ରଗତି  ହୋଇନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ   ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ବର୍ତମାନ ମାତ୍ର ୬ଟି ମହିଳା ଥାନା ଅଛି । କାହିଁକି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ସ୍ଥାପନା ହୋଇପାରିନାହିଁ । ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ମାତ୍ର ୬ଟି ମହିଳା ଥାନା ଯଥେଷ୍ଟ ନୁହେଁ । ରାଜ୍ୟ ସରକାର ୨ ମାସ ଭିତରେ ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ମହିଳା ଥାନା ସ୍ଥାପନା କରନ୍ତୁ । ରାଜ୍ୟରେ ପୋଲିସ ବିଭାଗରେ ଏକ ସ୍ପେସିଆଲ ସ୍କ୍ୱାର୍ଡ ଗଠନ ହେଉ । ଯେତେ ବି ଦୁଷ୍କର୍ମ ମାମଲା ଆସୁଛି ସେ ସମସ୍ତ ମାମଲାର ତଦନ୍ତ ସେହି ସ୍ପେସିଆଲ ସ୍କ୍ୱାର୍ଡ କରୁ ।

ପ୍ରଦିପ୍ତ କହିଛନ୍ତି ଯେ, ୨୦୧୬ରେ ୧୯୨୮ଟି ବଳାକ୍ରାର ଘଟଣା ଘଟିଥିଲା । ୨୦୧୭ରେ ୨୨୨୧ଟି ଦୁଷ୍କର୍ମ ଘଟଣାର ରିପୋର୍ଟ ଆସିଥିଲା । ୨୦୧୮ ମସିହାରେ ୨୫୦୨ ଟି ଦୁଷ୍କର୍ମ ଘଟଣା ଘଟିଥିଲା । ୨୦୧୯ ବର୍ଷରେ ନଭେମ୍ବର ମାସ ସୁଦ୍ଧା ୧୧୪୯ ଦୁଷ୍କର୍ମ ଘଟଣା ପୋଲିସରେ ରେକର୍ଡ ହୋଇଛି । ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ  ମାମଲା ବଢୁଛି । 

୧୫ ଡିସେମ୍ବରରେ ଭବାନିପାଟଣାରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାମଗୁଡା ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଏଯାଏଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ପୁରୀରେ ପୋଲିସ କଲୋନିରେ ଜଣେ ଯୁବତିଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସେହି ସମାନ ପୁରୀରେ ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ଦୁଇ ଦିନ ତଳେ ଦୁର୍ଷ୍କମ କରାଯାଇଛି । ମୟୁରଭଂଜର ରାଇରଙ୍ଗପୁର ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଥିଲେ । ତାଙ୍କୁ ଦୁର୍ଷ୍କମ କରାଯାଇଥିଲା ଓ ରାଇରଙ୍ଗପୁର ପୋଲିସ ଅପରାଧୀକୁ ଧରିବା ବଦଳରେ ସେଇ ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲା । ଯାହାଫଳରେ ସେ ଆତ୍ମହତ୍ୟା କଲେ । ସ୍ମୀତାରାଣି ଘଟଣାରୁ ଆଜି ଯାଏଁ ପରଦା ଉଠିଲା ନାହିଁ । ପୋଲିସ ସବୁ କୌଶଳ ଲଗାଇ ଏକ ହତ୍ୟା ଓ ଦୁର୍ଷ୍କମକୁ ଆତ୍ମହତ୍ୟାର ଋପ ଦେଲା । ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ଆଜି ଯାଏ ଦୋଷି ଧରାପଡିଲା ନାହିଁ । ପିପିଲି ଗଣଦୁର୍ଷ୍କମ ଘଟଣାରେ ପୋଲିସର ଅପାରଗତା ପାଇଁ ଅପରାଧୀମାନେ ଅଦଲାତରୁ ଖସିଗଲେ । ଏତେ ମହିଳା ଦୁର୍ଷ୍କମ ପରେ କେବେ ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିବ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault