ହେଡଲାଇନସ୍:

କୁଶ ପାଣି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସୋନପୁରକୁ ହରାଇ ପାନସିଆଲି ଚାମ୍ପିୟନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମଲପୁର ଠାରେ ଚାଲିଥିବା ୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୧୨ -୧୨,୫-୫ ଓ ସୁପର -୨ ଓଭର ବିଶିଷ୍ଟ ଫର୍ମାଟରେ ଖେଳିଯାଇଥିଲା । ସୋନପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ବିନିମୟରେ ୯୭ ରନ କରିଥିଲା । ଜବାବରେ ପାନସିଆଲି ଦଲ ନିର୍ଦ୍ଦାରିତ ୧୨ ଓଭରରେ ୮ ଉଇକେଟ ହରାଇ ୮୭ ରନ କରିଥିଲେ । ଗୋଟିଏ ଲେଖାଁଏ ମ୍ୟାଚ ବିଜୟୀ ହେବାରୁ ସୁପର -୨ ଓଭର ଖେଳିଯାଇଥିଲା । ଏଥିରେ ପାନସିଆଲି ଦଲ ଗୋଟିଏ ଉଇକେଟ ହରାଇ ୨୭ ରନ କରି ସୋନପୁର ଦଳକୁ ହରାଇ ଚାମ୍ପିୟନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ମୁଖ୍ୟ ଅତିଥି  ଏବଂ ଲତୁରପଙ୍କ ସମିତି ସଭ୍ୟ ତଥା ସମାଜସେବୀ ଲବ କୁମାର ସାହୁ, ବୀରମହାରାଜାପୁର ଥାନା ପୋଲିସ ଏସ ଆଇ ସୁଦର୍ଶନ ଦେହୁରୀ ଓ ଆଇନଜୀବି ଶଙ୍କର୍ଷଣ  ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ସାମାଜ ସେବୀ ପ୍ରିୟବ୍ରତ ସାହୁ ଧନ୍ୟବାଦ  ଅର୍ପଣ କରିଥିଲେ । ରାଜେନ୍ଦ୍ର ଜଗତ ଓ ବବୁଲ କଲତା ଖେଳ ପରିଚାଳନା କରିଥିବା ବେଳେ ଉଗ୍ରେସନ ମେହେର ଓ ଘନଶ୍ୟାମ ମେହେର , ହିମାଂଶୁ ଶେଖର ଖମାରି, ସୀତାଂଶୁ,ଓ ଲାଇବାନ ମେହର ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault