ହେଡଲାଇନସ୍:

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଗସ୍ତ ଶେଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସେବାଶ୍ରମ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିଲେ 

ନୂଆପଡ଼ା(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦୁଇ ଦିନିଆ ନୂଆପଡ଼ା ଗ୍ରସ୍ତ ଶେଷ କରି ଫେରି ଯାଇଛନ୍ତି । ସଦର ବ୍ଲକ ପଞ୍ଚମପୁର, କୋମନା ବ୍ଲକର ଦର୍ଲିପଡ଼ା,ମିଛାପାଲି ସେବାଶ୍ରମ ପରିଦର୍ଶନ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରି ଯାଇଛନ୍ତି । ସେବାଶ୍ରମରେ ମନ୍ତ୍ରୀ ସାରକା ଛାତ୍ରଛାତ୍ରୀଙ୍କୁ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । 

    ସୋମ ବାର  ସକାଳ ସାଢେ ୯ଟାରେ ମନ୍ତ୍ରୀ ଶ୍ରୀ ସାରକା ଓ ବିଧାୟକ ରାଜେନ୍ଦ୍ର ପ୍ରସାଦ  ଢୋଲକିଆ ସର୍କିଟ ହାଉସରୁ ବାହାରି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏକଲବ୍ୟ ମୋଡେଲ ସ୍କୁଲକୁ ପରିଦର୍ଶନରେ ଯାଇଥିଲେ । ସ୍କୁଲ ପରିସର ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ସମସ୍ୟା ପଚାରି ବୁଝିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସ୍କୁଲ କତ୍ତୃପକ୍ଷ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ସେଠାରୁ କାଞ୍ଚନ ବେନ ରଶିକଲାଲ ଜ୍ଞ୍ୟାନ ଜ୍ୟୋତି ପବ୍ଲିବ ସ୍କୁଲକୁ ଯାଇଥିଲେ । ସେଠାରେ ଅନ୍ୱେଷା ଯୋଜନାର ଛାତ୍ରଛାତ୍ରୀଙ୍କ ମିଶି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ମଧ୍ୟାହ୍ନରେ ମନ୍ତ୍ରୀ ସାରକା ପଞ୍ଚମପୁର ସେବାଶ୍ରମରେ ପହଞ୍ଚôଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣିରେ ୪୫୦ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହାଇସ୍କୁଲ ଶିକ୍ଷା ପାଇଁ ସୁବିଧା ନଥିବାରୁ ଅଞ୍ଚଳର ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚôତ ହେଉଛନ୍ତି । ପାଖରେ ହାଇସ୍କୁଲ ସୁବିଧା ନଥିବାରୁ ଅନେକ ପିଲା ଅଧାରୁ ପାଠପଢା ଛାଡି ଦେଉଛନ୍ତି । ଏଣୁ ସ୍କୁଲକୁ ଅପଗ୍ରେଡେସନ କରି ପଛୁଆ ଅଞ୍ଚଳର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖୋଳିବାକୁ ସ୍କୁଲର ପ୍ରଧାନ ଶିକ୍ଷକ ମଦନ ସୁନ୍ଦର ହୋତା ଦାବୀ କରିଥିଲେ । ସ୍କୁଲ ଆଖ ପାଖରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ନଥିବାରୁ ୧୩ କିମି ଜିଲ୍ଲା ମୁଖ୍ୟ ଚିକିସôା ଉପରେ ନିର୍ଭର କରନ୍ତି । ଏବେ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖା ଦେଉଥିବାରୁ ଗାଁରେ ସେକେଣ୍ଡେରି ହେଲ୍ଥ ସେଣ୍ଟର ଖୋଳିଲେ ଛାତ୍ରଛାତ୍ରୀ ଓ ଗାଁ ଲୋକେ ସ୍ୱାସ୍ଥ୍ୟ ସେବାର ଲାଭ ପାଇ ପାରିବେ । ସେହିପରି ସ୍କୁଲର ପିଲା ମାନଙ୍କ ଖଳକୁଦ କରିବା ପାଇଁ ଖେଳ ପଡିଆ ନଥିବାରୁ ପିଲାମାନଙ୍କ କ୍ରିଡ଼ାକ୍ଷେତ୍ରରେ ବିକାଶ ହୋଇ ପାରୁନାହିଁ । ସ୍କୁଲ ପାଇଁ ଏକ ଖେଳ ପଡିଆର ନିତାନ୍ତ ଆବଶ୍ୟକ ରହିଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ହୋତା ଅନୁରୋଧ କରିଥିଲେ । ଶିକ୍ଷା ବିଭାଗ ସହ ଆଲୋଚନା କରି ସ୍କୁଲକୁ ଅପଗ୍ରେଡେସନ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଗାଁରେ ସେକେଣ୍ଡେରି ହେଲ୍ଥ ସେଣ୍ଟର ଓ ଖେଳ ପଡିଆ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପରିଦର୍ଶନରେ ଉପସ୍ଥିତ ଥିଲେ ।  ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଯୁବ ବିଜେଡି ପୂର୍ବତନ ସଭାପତି ଅବନୀ ରଂଜନ ଯୋଷୀ, ଯୁବନେତା ହରିଶ୍ଚନ୍ଦ୍ର ପଣ୍ଡା, କ୍ଷୀତିଶ ବୋଧନକର, ରମାକାନ୍ତସିଂ ଠାକୁର, ମହେଶ ନିଆଲ, ନିଶାନ୍ତ ଡାଗା ପ୍ରମୁଖ ଉପସ୍ଥିତ ଥିଲେ । 

                                                  

 

0
0
0
s2sdefault