ହେଡଲାଇନସ୍:

ଟ୍ରାନ୍ସଫର୍ମରରେ ନିଆଁ     

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ପ୍ରାଥମିକ ସବଷ୍ଟେସନ୍ ଅଧିନସ୍ଥ ବାହାଡାଝୋଲା ଫିଡରର କୈବଲ୍ୟପୁର ଠାରେ ଥିବା ଏକ ଟ୍ରାନ୍ସଫର୍ମର ସଟସର୍କିଟ ଯୋଗୁଁ ଷୋମବାର  ରାତି ପ୍ରାୟ ୮ବେଳେ ଜଳିଗଲା । ସ୍ଥାନୀୟ ଲୋକେ ଏଦୃଶ୍ୟ ଦେଖି ଭୟଭୀତ  ହୋଇ ପଡିଥିଲେ । ନିଜ ଘରେଥିବା ମେନସୁଇଚକୁ ବନ୍ଦ କରିଥିଲେ । ଟିଭି, ଫ୍ରିଜ୍ ଏବଂ ବୈଦ୍ୟୁତିକ ଯନ୍ତ୍ରପାତିରୁ ବିଦ୍ୟୁତ ସଂଯୋଗ କାଟିଦେଇଥିଲେ । ଖବର ପାଇ ଓଡ଼ଗାଁ ପ୍ରାଥମିକ ସବଷ୍ଟେସନରୁ ବିଦ୍ୟୁତ ସଂଯୋଗ କାଟିବାର କିଛି ସମୟ ପରେ ନିଆଁ ଲିଭିଯାଇଥିଲା । 

0
0
0
s2sdefault