ହେଡଲାଇନସ୍:

ଧିକ ତାର ମା ପଣ :  ଜନ୍ମଦେଇ ରାସ୍ତାକଡ଼େ ଛାଡିଦେଲା ନିଷ୍ପାପ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା , ଛାଡି ଗଲା ମାଁ 

ମା ସଂସାରର ସବୁଠୁ ମହାନ ତଥା ଅମୃତମୟ ଶବ୍ଦ ଟିଏ | ଦୁନିଆର ସବୁଠୁ ମଧୁର ଉଚ୍ଚାରଣ | ସେ ସର୍ବଂସହା.. ଧୈର୍ୟ,ମମତା ଆଉ ସହନଶୀଳତାର ଅନ୍ୟ ନାଁ ମା |  ତା ଆଗରେ ପୁଅ ଝିଅ ସବୁ ସମାନ, ସନ୍ତାନ ପ୍ରସବ ବା ମାତୃତ୍ଵ ତା ପାଇଁ ସ୍ୱର୍ଗ ସୁଖ | ସଠି ଘରର ସଠି ନିଆଁ ଠାରୁ ସେ ନିଜେ ଯୁଇକୁ ଯିବା ପର୍ଯ୍ୟନ୍ତ, ତା ଜୀବନ ସମର୍ପିତ ସନ୍ତାନ ପାଇଁ | ସନ୍ତାନ ଆଖି ଛଳ ଛଳ ହେଲେ ତା ହୃଦୟ ବିଦାରି ହୋଇଯାଏ, ସନ୍ତାନ ଓଠର ଦରୋଟି ହସ ତାକୁ ନୈସର୍ଗିକ ଆନନ୍ଦ ଦିଏ |  ହେଲେ ଏବେ କଣ ହେଉଛି !! ବୁଝି ହେଉନି | ମା କେମିତି ଏତେ ହୃଦୟହୀନ ପାଲଟିଯାଉଛି !!! ନିଜ ଜନ୍ମିତ ଶିଶୁକନ୍ୟାକୁ ରାସ୍ତା କଡରେ ଫିଙ୍ଗି ଦେଇ ଯାଉଛି ଜୀବନ୍ତ ! ଛୁଆର କୁଆଁ କୁଆଁ ବିକଳ ଚିତ୍କାର ତା ହୃଦୟକୁ ବି ପ୍ରଭାବିତ ଜାରି ପାରୁନି !! ଏହା  କୁଆଁରୀ ମା ର ଅସହାୟତା, ନ  ପୁରୁଷ କୈନ୍ଦ୍ରିକ ସମାଜରେ ଶିଶୁ କନ୍ୟା ପ୍ରତି  ରହିଥିବା ରୁଗ୍ଣ ମାନସିକତା !!! ଯଦି ରୁଗ୍ଣ ମାନସିକତା ତେବେ  ଆଉ କେତେ ଆଗକୁ ଆମେ ଗଲେ ବଦଳିବ ସେ ରକ୍ଷଣଶୀଳ ଚିନ୍ତାଧାରା | ଆଉ ଯଦି ଏହା କୁଆଁରୀ ମାର ଅସହାୟତା ତେବେ " ମା ଲୋ, ତୁ କାହିଁକି କରୁଛୁ ଏ ଭୁଲ, ଯେଉଁଥିପାଇଁ ତୋ ଜୀବନର ପ୍ରଥମ ତଥା ସ୍ବର୍ଗୀୟ ଅନୁଭବକୁ ତୁ ଲୋଟାଇବାକୁ ଦେଉଛୁ ରାସ୍ତା କଡରେ, ଡ୍ରେନ ଭିତରେ , କାହା ବାରଣ୍ଡାରେ ତା ସୁନେଲି ଭିଷ୍ୟତ ଗଢିବାକୁ ଉଦ୍ଦିଷ୍ଟ ତୋ ସେଇ ହାତରେ ତାକୁ ଠେଲି ଦେଉଛୁ ବେନାମୀ ଅନ୍ଧାରି ଭବିଷ୍ୟତ ଭିତରକୁ  !!!"" 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ବେଟି ବଚାଅ , ବେଟି ବଢାଅ ଭଳି ଯୋଜନା କରିଛନ୍ତି I ଝିଅ ମାନେ ପୁଅ ମାନଙ୍କ ତୁଳନାରେ କୌଣସି ଗୁଣରେ କମ ନୁହନ୍ତି ବୋଲି ବିଭିନ୍ନ ସଚେତନତା ସୁଷ୍ଟି କରାଯାଇଛି I  ଏ ସବୁ ସତ୍ତ୍ୱେ ନବଜାତ ଶିଶୁ କନ୍ୟା ଆଲୋଡା ହୋଇପଡୁଛନ୍ତି I ଏଭଳି ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ I 

ସୂଚନା ମତେ ସୋମବାର ଭୋର୍ ରୁ ରେଢାଖୋଲ ସହର ଉପକଣ୍ଠ ତଥା ଭୀମଭୋଇ କଲେଜ ନିକଟସ୍ଥ ଢାବା ପାଖରେ ଏକ ନବଜାତ ଶିଶୁ କନ୍ୟା ଟିକୁ କେହିଛାଡି ଯାଇଥିଲା I ସକାଳ ହେବା ପରେ ଶିଶୁ ଟି କାନ୍ଦିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନା କୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ I ପରେ ଏନେଇ ଆଶା ଚାଇଲ୍ଡ୍ ଲାଇନ କୁ ଖବର ଦେବାପରେ ସେମାନେ ପହଞ୍ଚି ଡାକ୍ତରଖାନା କର୍ତ୍ତୁପକ୍ଷ ଙ୍କ ସହଯୋଗରେ ସମ୍ବଲପୁର ଚାଇଲ୍ଡ୍ କେୟାରକୁ ନେଇଥିଲେ I ତେବେ ଅବୈଧ ପ୍ରେମ ସମ୍ପର୍କ ର କେହି ମହିଳା ନବଜାତ ଶିଶୁ କନ୍ୟା କୁ ଜନ୍ମ ଦେଇ ଅମାନବିତା ଭଳି ଛାଡି ଦେଇଯାଇଥିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି |

ଏଇ ଦିନେ ପୂର୍ବରୁ  ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ  ସ୍ପଷ୍ଟ ଦିବାଲୋକରେ କେହି ଜଣେ ୧୦/୧୫ ଦିନର ଶିଶୁକନ୍ୟା ଟିକୁ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଥିବା ଖବର ଆସିଥିଲା । 

ଦୁଇଦିନ ତଳେ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ ଶାସ୍ତ୍ରୀ ଛକ ପାଖରେ ଥିବା ସାହିର ଡ୍ରେନରେ ଏକ ନବଜାତ ଶିଶୁକନ୍ୟା କୁ ଫିଙ୍ଗି ଦିଆଯାଇଥିଲା। ସେହି ସାହିର ସମ୍ଭୁ ନାମକ ଜଣେ ବ୍ୟକ୍ତି ସକାଳ ୫ଟା ସମୟରେ ଶୌଚ ପାଇଁ ଯାଇଥିବା ସମୟରେ କୁନି ଶିଶୁର କାନ୍ଦ ଶୁଣିଥିଲେ | କାନ୍ଦ କେଉଁଠୁ ଚୁଭଉଁଛି ବୋଲି ଖୋଜିଥିଲେ | ଦେଖିଲା ବେଳକୁ ଗୋଟାଏ ଡ୍ରେନରେ ପଡିଥିବା ପ୍ଲାଷ୍ଟିକ ବସ୍ତାରୁ କାନ୍ଦ ସ୍ୱର ଶୁଭୁଛି |  ପ୍ଲାଷ୍ଟିକ ବସ୍ତା ବସ୍ତା ଖୋଲି ଦେଖିକ ବେଳକୁ ନବଜାତ ଶିଶୁକନ୍ୟା କାଦୁଅରେ ଯୁଡୁବୁଡୁ ଅବସ୍ଥାରେ ପାଇଥିଲେ ।

ନୀତି ପ୍ରତିଦିନ ଏଭଳି ଖବର ହୃଦୟଜୁ ଆନ୍ଦୋଳିତ କରୁଛି | ଯେତେବେଳେ ଝିଅ ଓ ନାରୀ ମାନେ ସବୁ କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପରିବାର,  ସମାଜ ତଥା ଦେଶଯୁ ଗର୍ବିତ କରୁଛନ୍ତି, ସେଠି ଆଉ କିଛି ନାରୀ ଆଜିର ଏ ବିକଶିତ ଦୃଶ୍ୟପଟ୍ଟରେ ନାରୀ ଜାତିର ପବିତ୍ରତାରେ କେମିତି ଲଗାଉଛନ୍ତି  କଳଙ୍କର ଟୀକା !

 

0
0
0
s2sdefault